
ବଙ୍ଗୋମୁଣ୍ଡା, (ପୁସ୍ତମ ଯୁଆଡି ) : କୋଶଲ ଯୁବଶକ୍ତି ବଙ୍ଗୋମୁଣ୍ଡା ଓ କୋଶଲ ଭାରତୀ, ଗାଇସିଲାଟର ମିଳିତ ଆନୁକୁଲ୍ୟରେ ସଭାପତି କେକି ସିଂ ଭୋଇଙ୍କ ସଭାପତିତ୍ୱରେ ଚଉଷଠୀ ଯୋଗିନୀ ରାଣିପୁର ଝରିଆଲ ଠାରେ ଯୁବ କବିମାନଙ୍କୁ ନେଇ ଝଁକେର୍ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବକବି ପୁସ୍ତମ୍ ଯୁଆଡି, ଦିଲ୍ଲୀପ କୁମାର୍ ସରାପ, ବଲ୍ଲବ ସାହୁ, ଉମେଶ ବେହେରା ଏବଂ କେକି ସିଂ ଭୋଇ ସ୍ୱରଚିତ କବିତା ଆବୃତ୍ତି କରିବା ସହ କୋଶଲୀ ସାହିତ୍ୟର ବିଭିନ୍ନ ଦିଗ ଉପରେ ନିଜର ମତ ରଖିଥିଲେ । ଏହା ବ୍ୟତୀତ ଯୋଗିନୀ ପୀଠର ବିକାଶ ଏବଂ କୋଶଲୀ ଭାଷାର ପ୍ରଚାର ପ୍ରସାର ଦିଗରେ ଅଲୋଚନା କରିଥିଲେ । ଆଗାମୀ ଶୀତ ଦିନରେ ପଶ୍ଚିମ୍ ଓଡିଶାର ଯୁବକବିମାନଙ୍କୁ ନେଇ ଝରିଏଲ୍ ଠାରେ ଏକ ସ୍ୱତନ୍ତ୍ର ସାରସ୍ୱତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କେକି ସିଂ ଭୋଇ ସୂଚନା ଦେଇଥିଲେ । ଶେଷରେ କୋଶଲ ସଂଗ୍ରାମୀ ପ୍ରକାଶ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।