ଡେଲାଙ୍ଗ ଷ୍ଟେଟ ବ୍ୟାଙ୍କ ଶାଖାରେ ଗ୍ରାହକ ଅସନ୍ତୋଷ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ଷ୍ଟେଟ ବ୍ୟାଙ୍କ ଶାଖାରେ ଗ୍ରାହକ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସାଧାରଣ ଡିପୋଜିଟ ଓ ଉଠାଣ ପାଇଁ ଗ୍ରାହକମାନଙ୍କୁ ଘଣ୍ଟା ଘଣ୍ଟା ଧରି କାଉଣ୍ଟରରେ ଛିଡା ହେବାକୁ ପଡୁଛି । ଗ୍ରାହକମାନଙ୍କ ପାଇଁ ବସିବାର ସୁବିଧା ନାହିଁ । ଅଧିକାଂଶ ସମୟ ଲିଙ୍କ ଫେଲ ଯୋଗୁଁ ଲୋକେ ନିରାଶ ହୋଇଛନ୍ତି । ଗୋଟିଏ ମାତ୍ର କାଉଣ୍ଟରରେ ଜମା ଓ ଉଠାଣ ହେଉଥିବାରୁ ଗ୍ରାହକମାନେ ବହୁ ସମୟ ଧରି ଲମ୍ବାଧାଡିରେ ଛିଡା ହେବାକୁ ପଡୁଛି । ଯାହାଫଳରେ ମୂଲ୍ୟବାନ ସମୟ ଅପଚୟ ହେବା ସହ ଶାରୀରିକ ଯନ୍ତ୍ରଣାରେ କଲବଲ ହେବାକୁ ପଡୁଛି । ବହୁ ସମୟ ବ୍ୟାଙ୍କ ପାସ୍‌ବୁକ୍‌ ଅପଡେଟ ମେସିନ ଅଚଳ, ଏଟିଏମ୍‌ କାମ କରୁନାହିଁ । ବାରମ୍ବାର ଗ୍ରାହକ ମାନଙ୍କ ଆକାଉଣ୍ଟକୁ କର୍ତ୍ତୃପକ୍ଷ ଅଚଳ କରୁଥିବାରୁ, ସେଥିପାଇଁ ଗ୍ରାହକମାନେ ହଇରାଣ ହେଉଛନ୍ତି । ଆକାଉଣ୍ଟ ସଚଳ କରିବା ପାଇଁ ବାରମ୍ବାର ସେମାନଙ୍କୁ ବ୍ୟାଙ୍କ ଯିବାକୁ ପଡୁଛି ଏବଂ ଖର୍ଚ୍ଚାନ୍ତ ହେଉଛନ୍ତି । ବରିଷ୍ଠ ନାଗରିକ, ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ସରକାର ବ୍ୟାଙ୍କ ସେବା ଜନସାଧାରଣଙ୍କୁ ଦ୍ୱାର ମୁହଁରେ ଯୋଗାଇ ଦେବାର ବ୍ୟବସ୍ଥା କରିଥିବା ବେଳେ ଏଠାରେ କିନ୍ତୁ ଲୋକେ ହଇରାଣ ହେଉଛନ୍ତି । ଏଥିପ୍ରତି ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.