ବର୍ଷା ସମୟରେ ଭୂମିହୀନଙ୍କ ଜବରଦଖଲ ଘର ଉଚ୍ଛେଦ ପ୍ରକ୍ରିୟା : ପଦ୍ମପୁରରେ ଜନ ଅସନ୍ତୋଷ

  • ଉପଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ପ୍ରଶାସନ ଦେଲା ୨ ମାସ ସମୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ମହିଳା ମହାବିଦ୍ୟାଳୟ ପଛପଟେ ଥିବା ଗରିବ କୁଟିରକୁ ବର୍ଷା ସମୟରେ ଭାଙ୍ଗିବା ପାଇଁ ପଦ୍ମପୁର ତହସିଲଦାର ପୋଲିସ ନେଇ ପହଞ୍ଚିବା ସମୟରେ ନିରିହ ଆଦିବାସୀ ଗରିବଙ୍କ ପ୍ରତିବାଦ ଯୋଗୁଁ ଘଟଣାସ୍ଥଳରେ ମୃଦୁ ଉତ୍ତୋଜନା ଦେଖାଦେଇଛି । ଉକ୍ତ ସ୍ଥାନରେ ରହୁଥିବା ୧୭ ଜଣ ପରିବାରଙ୍କୁ ତହସିଲ ତରଫରୁ ନୋଟିସ୍‌ ଦିଆଯାଇ ଉଚ୍ଛେଦ ପାଇଁ ସୂଚନା ଦିଆଯାଇଥିଲା । ଆଜି ସକାଳୁ ତହସିଲ ଜେସିବି ସହ ପୋଲିସ ନେଇ ଘଟଣାସ୍ଥଳରେ ପହଞ୍ଚିବାରୁ ସେହି ୧୭ ପରିବାରର ସମସ୍ତ ପୁଅ, ଝିଅ ଓ ପରିବାର ମାନେ ପ୍ରତିବାଦ କରିଛନ୍ତି । ସେହି ଅସହାୟ ଭୂମିହୀନ ପରିବାର ଏବେ ବର୍ଷା ସମୟରେ ଯିବୁ କୁଆଡେ ବୋଲି ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପ୍ରଶ୍ନ ପଚାରିଛନ୍ତି । ମୁଖ୍ୟମନ୍ତ୍ରୀ ଖୋଦ୍ ନିଜେ ଜଣେ ଆଦିବାସୀ ପରିବାର ହୋଇଥିବା ବେଳେ ବର୍ଷା ସମୟରେ ଗରିବଙ୍କ ଦୁଃଖ ବୁଝିପାରୁ ନାହାନ୍ତି କି ବୋଲି ପ୍ରଶ୍ନ କରିଥିବା ବେଳେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗରିବଙ୍କ ଝୁପୁଡି ଘର ଉଚ୍ଛେଦ କରାଯିବ ନାହିଁ ବୋଲି କହୁଥିବା ବେଳେ ଏହା କ’ଣ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ଫଳରେ ତହସିଲଦାର କୌଣସି ଉତ୍ତର ନଦେଇ ଉଚ୍ଛେଦ କରିବା ପାଇଁ ଜିଦ୍ ଧରି ବସିଥିବା ଯୋଗୁଁ ଉକ୍ତ ପରିବାର ଥଇଥାନ ଦାବି ସହ ଯାଗା ଯୋଗାଇ ଦିଆଯାଉ ଓ ବର୍ତ୍ତମାନର ବର୍ଷା ସମୟ ଉଛେଦ ନକରି ଆଗ ଥଇଥାନ କରାଯାଉ ବୋଲି ଜଣାଇ ପଦ୍ମପୁର ଉପଜିଲ୍ଲାପାଳ ଓ ଏଡିଏମ୍‌ଙ୍କ କାର୍ଯ୍ୟାଳୟ ଘେରାଉ କରି ବସିଛନ୍ତି । ବର୍ଷା ସମୟରେ ଏଭଳି ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥାନିୟ ବାସିନ୍ଦା ନା ପସନ୍ଦ କରିବା ସହ ଏହା ସରକାରଙ୍କ ପ୍ରତି ବଡ ଜନଅସନ୍ତୋଷ ଓ ଆଗାମୀ ଦିନରେ ବଡ ଜନଆନ୍ଦୋଳନର ଦାନା ବାନ୍ଧୁଛି ବୋଲି ସହରରେ ଆଲୋଚନା ହେଉଛି । ଦୀର୍ଘ ସମୟ ଆଲୋଚନା ପରେ ପ୍ରଶାସନ ତରଫରୁ ଆସନ୍ତା ଦୁଇମାସ ସମୟ ଦିଆଯିବା ପରେ ଆନ୍ଦୋଳନ ରତ ପରିବାର ମାନେ ନିଜ ଭିଟାମାଟିକୁ ଫେରି ଆସନ୍ତା ପର୍ଯ୍ୟାୟର ପଦକ୍ଷେପକୁ ମୁକାବିଲା କରିବା ପାଇଁ ମାନସିକ ସ୍ତରରେ ଅସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.