ରାଉରକେଲା, (ସସ୍ମିତା ପ୍ରଧାନ) : ଶିଳ୍ପପତି ଡି.ଆର. ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ଡିସେମ୍ବର ୭ ତାରିଖରେ ସେକ୍ଟର ୭ ସ୍ଥିତ ରାଇମା କ୍ଲବରେ ଓରିଜିନାଲ୍ ପାୱାର କ୍ଲବ ଦ୍ୱାରା ଓପନ୍ ସୁନ୍ଦରଗଡ଼ ଡେଡଲିଫ୍ଟ ଚାମ୍ପିଅନସିପ୍ ଆୟୋଜନ କରାଯାଉଛି । ରାଇମା କ୍ଲବ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଆଜି ରାଇମା କ୍ଲବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଓପି ସିଂହ, ବାସୁ ବାନାର୍ଜୀ, କୃଷ୍ଣ ସାହୁ, ମନୀଷ ତିୱାରୀ, ହରିଶଙ୍କର ସାହ, ରବିନ୍ଦ୍ର ଗଡା ଏବଂ ପ୍ରଦୁମ୍ନା ପ୍ରମୁଖ ଏହି ସୂଚନା ଦେଇଥିଲେ । ଏହି ଅବସରରେ ଓପି ସିଂହ କହିଛନ୍ତି ଯେ, ସମାଜସେବୀ ସୁରେଶ ଶର୍ମା ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରୁଥିବା ବେଳେ ଏହି ପ୍ରତିଯୋଗିତାରେ ପ୍ରାୟ ୧୫୦ ଜଣ ପିଲା ଅଂଶଗ୍ରହଣ କରିବେ । ପ୍ରତିଯୋଗିତା ପାଇଁ କୌଣସି ପ୍ରବେଶ ଶୁଳ୍କ ନାହିଁ । କେବଳ ପଞ୍ଜିକୃତ ସଂଗଠନର ପିଲାମାନେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ହେବେ ବୋଲି ସୂଚନା ପ୍ରଦାନ କରାଯାଇଛି ।