ସାମ୍ବାଦିକ ସମ୍ମିଳନୀ ଡାକି ସାମ୍ବାଦିକଙ୍କୁ ଅସମ୍ମାନ : ବଲାଙ୍ଗିର ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ, ଡିଜିପି ଗସ୍ତକୁ ବଏକଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୋଲିସ ଡିଜି ଅଭୟ କୁମାର ଆଜି ବଲାଙ୍ଗିର ଗସ୍ତରେ ଆସିଥିବା ବେଳେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ପୂର୍ବାହ୍ନ ୧୧ଟା ୧୫ମି. ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ପାଇଁ ଆହ୍ୱାନ କରାଯାଇଥିଲା । ଠିକ୍‌ ସମୟରେ ବଲାଙ୍ଗିର ସାମ୍ବାଦିକମାନେ ରିଜର୍ଭ ପୋଲିସ୍‌ ଅଫିସ୍‌କୁ ପହଂଚିଥିଲେ ସୁଦ୍ଧା ସାମ୍ବାଦିକମାନଙ୍କୁ ରିଜର୍ଭ ପୋଲିସ ଅଫିସ୍‌କୁପ୍ରବେଶ କରିବାକୁ ବାରଣ କରାଯାଇ ଅସମ୍ମାନ କରାଯାଇଛି । ସୂଚନା ଅନୁସାରେ ଗେଟ୍‌ ଖୋଲା ନ ଯିବାରୁ ବଲାଙ୍ଗିର ସାମ୍ବାଦିକମାନେ ବଏକଟ୍‌ କରିଛନ୍ତି ଡିଜିି ଅଭୟଙ୍କ ସାମ୍ବାଦିକ ସମ୍ମିଳନୀକୁ । ଯଦି ଡିଜିିପି.ଙ୍କୁ ସାମ୍ବାଦିକମାନଙ୍କ ସହ ସାକ୍ଷାତ କରିବାର ନଥିଲା, ତେବେ ସାମ୍ବାଦିକ ସମ୍ମିଳନୀ କାହିଁକି ଡକାଗଲା ଏବଂ ସାମ୍ବାଦିକମାନଙ୍କୁ ଡକାଯାଇ ଦୁର୍ବବ୍ୟହାର କରାଗଲା କାହିଁକି ବୋଲି ସାମ୍ବାଦିକମାନଙ୍କ ମଧ୍ୟରେ ଅସନ୍ତୋଷ ଘନେଇଛି । ସାମ୍ବାଦିକମାନେ ପୋଲିସ ବିଭାଗର ଦୁର୍ବ୍ୟବହାରକୁ ବିରୋଧ କରିବା ସହ ଡିଜିପି ଅଭୟଙ୍କ ସାମ୍ବାଦିକ ସମ୍ମିଳନୀକୁ ବଏକଟ୍‌ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଜିଲ୍ଲାରେ ବଲାଙ୍ଗିର ପୋଲିସ ବିଭାଗ ବାରମ୍ବାର ସାମ୍ବାଦିକମାନଙ୍କୁ ତାଙ୍କ କାର୍ଯ୍ୟକ୍ଷେତ୍ରରେ ହଇରାଣ ହରକତ କରିବା ସହ ଦୁର୍ବ୍ୟବହାର କରୁଥିବା ଭଳି ଅନେକ ଉଦାହରଣ ରହିଛି । ଏପରିକି ବିଭିନ୍ନ ଘଟଣା ସମୟରେ ସାମ୍ବାଦିକମାନଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରିବା, ଘଟଣାସ୍ଥଳକୁ ସାମ୍ବାଦିକମାନଙ୍କୁ ମଧ୍ୟ ପ୍ରବେଶ ବାରଣ କରିବା, ସାମ୍ବାଦିକଙ୍କ ପ୍ରଶ୍ନର ଦୁର୍ବ୍ୟବହାରଜନକ ଉତ୍ତର ଦେବା ଭଳି ପୂର୍ବରୁ ଅନେକ ଘଟଣା ଘଟିଛି । ତେବେ ସାମ୍ବାଦିକମାନଙ୍କ ପ୍ରତି ପୋଲିସ ବିଭାଗର ଏଭଳି ଦୁର୍ବ୍ୟବହାର ପ୍ରଦର୍ଶନ କଦାପି ସ୍ପୃହଣୀୟ ନୁହେଁ ବୋଲି ସାମ୍ବାଦିକମାନେ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

error: Content is protected !!