centurian jitm

ବଲାଙ୍ଗିରରେ ଅସମ୍ଭାଳ ଶୀତ : ହାଡ଼ଭଂଗା ଶୀତ ସହ ତାଳ ଦେଇ ବୃଦ୍ଧି ପାଉଛି କରୋନା ସଂକ୍ରମଣ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୦ ତାରିଖ ଠାରୁ ବଲାଙ୍ଗିରରେ ପାଣିପାଗ ବିଗିଡ଼ି ଯାଇଥିବା ବେଳେ ସମୟ ସମୟରେ ବର୍ଷା ପଡ଼ୁଥିବା ଯୋଗୁଁ ଅସମ୍ଭାଳ ଭାବେ ଶୀତ ବଢ଼ିଛି । ଦିନ ବେଳା ମଧ୍ୟ ଶୀତ ବସ୍ତ୍ର ପରିଧାନ ନକଲେ, ହାତଭଂଗା ଶୀତରେ ଥରିଯାଉଛି ଛାତି । ଏଭଳି ସ୍ଥିତିରେ କରୋନା ସଂକ୍ରମଣ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ଜିଲ୍ଲାରେ । ଗତ ୨୪ ଘଂଟାରେ ଜିଲ୍ଲାରେ ୨୧୬ ଜଣ କରୋନା ସଂକ୍ରମଣର ଶିକାର ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ତେବେ ଏଭଳି ସ୍ଥିତିରେ ନିହାତି ଦରକାର ନପଡ଼ିଲେ ଘରୁ ବାହାରିବା ଉଚିତ ନୁହେଁ । ଯଦି ନିହାତି ବାହାରକୁ ଯିବାକୁ ପଡ଼ୁଛି, ତେବେ ଶୀତବସ୍ତ୍ର ସହ ମୁହଁରେ ନିଶ୍ଚୟ ମାସ୍କ ଲଗାନ୍ତୁ । ଭିଡ଼ ସ୍ଥାନକୁ ଜମାରୁ ଯାଆନ୍ତୁ ନାହିଁ । ହାତ ସଫା ରଖନ୍ତୁ, ସାନିଟାଇଜର୍‌ ବ୍ୟବହାର କରନ୍ତୁ ।

Leave A Reply

Your email address will not be published.