oom

ପରିବାରରେ ଜଣେ କରୋନା ପଜିଟିଭ୍‌ରେ ମୃତ୍ୟୁ ପରେ ସହଯୋଗ କଲେନି ଗାଁ ଲୋକେ, ସମସ୍ତଙ୍କ ଟେଷ୍ଟିଂ ରିପୋର୍ଟ ଆଣିବାକୁ କହିଲେ

jsmm

ମ.ରାମପୁର, (ହେମନ୍ତ ସାହୁ) : କରୋନା କାଳରେ ଭିନ୍ନ ଭିନ୍ନ ଦୃଶ୍ୟ ସବୁ ଦେଖିବାକୁ ମିଳୁଛି । ମଣିଷ ନିଜ ଭିତରୁ ସମବେଦନାକୁ ହଜେଇ ଦେଇ କଠୋର ହେଇଯାଉଛି । କରୋନାରେ ଜଣଙ୍କର ମୃତ୍ୟୁ ପରେ ସେହି ପରିବାରର ଅନ୍ୟସମସ୍ତଙ୍କ ରିପୋର୍ଟ ଆଣିଲେ ହିଁ ଗାଁରେ ଅନ୍ୟ କିଛି କାମରେ ସହଯୋଗ କରାଯିବ ବୋଲି ଗାଁ ଲୋକେ କହିବା ପରେ ପରିବାର ତଥା ବନ୍ଧୁ ପରିଜନଙ୍କ ତରଫରୁ ମଦନପୁର, ଅଲାତରା, ମ.ରାମପୁରର ବିଭିନ୍ନ ଗାଡ଼ିକୁ ଯୋଗାଯୋଗ କରାଯାଇଥିଲା ପରିବାରର ଅନ୍ୟମାନଙ୍କୁ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ କୋଭିଡ଼ ପରୀକ୍ଷା କରିବାକୁ । କିନ୍ତୁ କୋଉ ଗୋଟିଏ ବି ଘରୋଇ ଗାଡ଼ିବାଲା ରାଜି ହେଇନଥିଲେ ସେମାନଙ୍କୁ ନେଇ ମ.ରାମପୁର ଆସିବାକୁ । ପରେ ମ.ରାମପୁରର ଯୁବନେତା ବିଭୂତି ଭୂଷଣ ମହାଖୁଡ଼ଙ୍କ ଉଦ୍ୟମ କ୍ରମେ ପ୍ରଶାସନ ତରଫରୁ ଗାଡ଼ି ପଠା ଯାଇ ଉକ୍ତ ବ୍ୟକ୍ତିମାନଙ୍କୁ ମ.ରାମପୁର ଡ଼ାକ୍ତରଖାନା ଅଣାଯାଇଥିଲା ଏବଂ ସମସ୍ତଙ୍କ କୋଭିଡ଼ ଟେଷ୍ଟିଂ ରିପୋର୍ଟ ନେଗେଟିଭ୍‌ ଆସିଥିଲ। । ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଚ୍ଛାଡ଼େଙ୍ଗେନ ପଂଚାୟତର ଗୋଚ୍ଛାଡ଼େଙ୍ଗେନ ଗ୍ରାମରେ । ଗ୍ରାମର ପୁରନ୍ଦର ବିଶ୍ୱାଳ(୪୫)ଙ୍କ ଚଳିତ ମଇ ମାସ ୧ ତାରିଖରେ ବିଷମକଟକ ଡ଼ାକ୍ତରଖାନାରେ କରୋନାରେ ମୃତ୍ୟୁ ହେଇଥିଲା । ପରେ ତାଙ୍କ ଶବକୁ ଆଣି ଗାଁରେ ସତ୍କାର କରାଯାଇଥିଲା । ଶବ ସତ୍କାରରେ ମଧ୍ୟ କେହି ସହଯୋଗ କରିନଥିଲେ । ସେହି ଦିନଠାରୁ ପରିବାରର ଅନ୍ୟମାନଙ୍କ ପ୍ରତି ଗାଁ ଲୋକେ କୌଣସି ପ୍ରକାର ସହଯୋଗ କରିନଥିଲେ । ଯେମିତି ହେଉ କରୋନା ଟେଷ୍ଟିଂ କଲା ପରେ ହିଁ ସହଯୋଗ କରିବୁ ବୋଲି କହିବା ପରେ ଆଜି ମୃତକଙ୍କ ବାପା ଗୁଣନିଧି ବିଶ୍ୱାଳ(୬୫), ମା’ ଉକିଆ ବିଶ୍ୱାଳ(୬୨), ପତ୍ନୀ ପୁଷ୍ପାଞ୍ଜଳୀ ବିଶ୍ୱାଳ(୪୦), ଦୁଇ ପୁଅ ଆଦିତ୍ୟ ବିଶ୍ୱାଳ(୧୫) ଓ ଆଦର୍ଶ ବିଶ୍ୱାଳ(୧୩) ଆଜି ଆସି ମ.ରାମପୁର ଆସି କରୋନା ଟେଷ୍ଟିଂ କରାଇଥିଲେ । ପରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା । ଏହି ବିଶ୍ୱାଳ ପରିବାରର ଅନ୍ୟ ଭାଇଙ୍କ ପରିବାରବର୍ଗ ମାନେ ଆଗରୁ ଆସି ଟେଷ୍ଟିଂ କରାଇଥିଲେ ଏବଂ ସେମାନଙ୍କର ରିପୋର୍ଟ ମଧ୍ୟ ନେଗେଟିଭ୍‌ ରହିଥିଲା । ତେବେ ଆଜି ଟେଷ୍ଟିଂ ରିପୋର୍ଟ ସବୁ ନେଗେଟିଭ୍‌ ଆସିବା ପରେ ପରିବାର ଲୋକେ ଏବଂ ଗାଁ ଲୋକେ ଆଶ୍ୱସ୍ତ ରହିଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.