oom

ଅରୁଣା ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଛତ୍ରପୁର ବିଧାୟକଙ୍କ ଦ୍ୱାରା ରାଶନ ସାମଗ୍ରୀ ବଣ୍ଟନ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ “ଅରୁଣା” ପକ୍ଷରୁ ଛତ୍ରପୁର ବ୍ଲକର ୪୭ ଜଣ ପିତୃମାତୃ ହରା ଶିଶୁମାନଙ୍କୁ ରାଶନ ସାମଗ୍ରୀର ଏକ କୀଟ୍ ବଣ୍ଟନ କରାଯାଇଛି । ବିପୁଲିଙ୍ଗୀ ଗ୍ରାମର ବିରସିଂହୀ ପୀଠରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ରାଶନ ସାମଗ୍ରୀ ବଣ୍ଟନ କରିବା ସହ ପିଲାମାନଙ୍କୁ ପାଠପଢିବା ପାଇଁ ଆବଶ୍ୟକ ସରକାରୀ ଯୋଜନାର ସହାୟତା ଯୋଗାଇବା ପାଇଁ ଉଦ୍ୟମ କରିବେ ବୋଲି ଉତ୍ସାହ ପ୍ରକାଶ କରି କହିଥିଲେ । ଅରୁଣା ଅନୁଷ୍ଠାନର ସମ୍ପାଦିକା ସୌଦାମିନୀ ରଥ ଜିଲ୍ଲାରେ ୧୪୨୦ ଶିଶୁଙ୍କୁ ଏହି ରାଶନ ସାମଗ୍ରୀ କିଟ୍‌ ବଣ୍ଟନ କରାଯାଇଥିଲା । ଯୁବ ସମାଜସେବୀ ସୁରେଶ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁବନେତା ବିମଳ କୁମାର ପଣ୍ଡା, ପୂର୍ବତନ ସାଂସଦ ପ୍ରତିନିଧି ବଟକୃଷ୍ଣ ପଣ୍ଡା, ପୂର୍ବତନ ଛତ୍ରପୁର ବ୍ଲକର ବିଜେଡ଼ି ସଭାପତି ପ୍ରଭାସି ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ରବୀନ୍ଦ୍ରନାଥ ପଣ୍ଡା, ସରପଞ୍ଚ ଟି.ନରସିଂହ ରେଡି, ପୂର୍ବତନ ସରପଞ୍ଚ ଟି. ଗୌରିୟା ରେଡି, ଭିକାରୀ ଚରଣ ଦାଶ, ରାମଚନ୍ଦ୍ର ପରିଡାଙ୍କ ସମେତ ପଂଚାୟତର ବହୁ ଜନସାଧାରଣ ଉପସ୍ଥିତ ଥିଲେ । ଅରୁଣା ଅନୁଷ୍ଠାନର ସମାଜ ସେବୀ ମାନେ କାର୍ଯ୍ୟକ୍ରମରେ ସକ୍ରୀୟ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.