ପୁଅର ଜରୁରୀ ଅପରେସନ ପାଇଁ ଆର୍ଥିକ ସହାୟତା ଦେବାକୁ ବାପାର ନିବେଦନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁଅର ଜରୁରୀ ଅପରେସନ ପାଇଁ ଆର୍ଥିକ ସହାୟତା ଦେବାକୁ ବାପାର ନିବେଦନ କରିଛନ୍ତି । ସେ ନିବେଦନ କରି କହିଛନ୍ତି ଯେ, ଏକ ବାଇକ ଦୁର୍ଘଟଣାରେ ଆଜକୁ ପ୍ରାୟ ଦୁଇମାସ ହେବ ଗୁରୁତର ଭାବେ ଆହତ ହୋଇ ମୋ ସାନ ପୁଅ ସୂର୍ଯ୍ୟକାନ୍ତ ପଟ୍ଟନାୟକ ଏବେ ସୋମ ହସ୍ପିଟାଲ, ଭୁବନେଶ୍ୱରରେ ଅର୍ଥୋପେଡିକ ୱାର୍ଡ଼ ନଂ-୯ ଏବଂ ବେଡ଼ ନଂ-୨୮ରେ ଚିକିତ୍ସାଧିନ ଅଛି । ଆସନ୍ତାକାଲି ବୁଧବାର (୧୬/୦୩/୨୦୨୨)ତାର ଗୋଡ଼ରେ ଜରୁରୀ ଅସ୍ତ୍ରୋପଚାର ହେବ । ଏଥିପାଇଁ ପ୍ରାୟ ଏକ ଲକ୍ଷ ଟଙ୍କାର ଆବଶ୍ୟକତା ଅଛି ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି । ତେଣୁ ନିଜ ସାଧ୍ୟମତେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସେ ନିବେଦନ କରିଛନ୍ତି । ତାଙ୍କ ନାମ ସନ୍ତୋଷ କୁମାର ପଟ୍ଟନାୟକ, ସାମ୍ବାଦିକ, ଡେଲାଙ୍ଗ ବ୍ଲକ, ଜିଲ୍ଲା-ପୁରୀ ତାଙ୍କୁ ଆର୍ଥିକ ସାହାଯ୍ୟ କରିବା ପାଇଁ ନିମ୍ନ ଲିଖିତ ଫୋନ ପେ ନମ୍ବର ନମ୍ବରରେ ଆର୍ଥିକ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି । ଫୋନ ପେ ନଂ- ୭୩୨୮୮୮୮୭୪୭ (ମନୋଜ କୁମାର ପଟ୍ଟନାୟକ) ।

Leave A Reply

Your email address will not be published.