oom

ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଅର୍ଥନୀତି ପାଠ୍ୟଚକ୍ର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଅର୍ଥନୀତିର ବିଭାଗ ଏକ ଆଲୋଚନାଚକ୍ର ବିଭାଗୀୟ ମୁଖ୍ୟ ଡ. ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାଚକ୍ରର ଶୀର୍ଷକ ଥିଲା ” ଏକାଧିକାର ବଜାରରେ ଦରର ଭେଦଭାବ ଏବଂ ସରକାରଙ୍କ ନିୟନ୍ତ୍ରଣ ” । ଉକ୍ତ ଆଲୋଚନା ଚକ୍ରରେ ଅର୍ଥନୀତି ବିଭାଗର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ତାଙ୍କର ବକ୍ତବ୍ୟ ପ୍ରଦାନ କରିବା ସହ ନିଜସ୍ୱ ଲେଖା ପ୍ରଦାନ କରିଥିଲେ । ବିଭାଗର ଅନ୍ୟତମ ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ ଆଲୋଚନା କରିଥିଲେ । ଛାତ୍ର ମାନଙ୍କ ମଧ୍ୟରେ ରାକେଶ ହୋତା, ଅବିନାଶ ପ୍ରଧାନ, ବିଜୟଦେବ ପ୍ରଧାନ, ତନ୍ମୟ ଶିକା, ରମେଶ ସାହୁ, ଆଶୁତୋଷ ପ୍ରଧାନ, ଉପମନ୍ୟୁ ସାହୁ ଏବଂ ଛାତ୍ରୀ ମାନଙ୍କ ମଧ୍ୟରେ ସ୍ୱପ୍ନା ପ୍ରଧାନ, ରୋଜ୍ ରିତ୍ୱିକା ସାହୁ, ପ୍ରତିକ୍ଷା ପ୍ରଧାନ, ଜ୍ୟୋତି ଗୁରୁ, ଲଳିତା ନେଗୀ, ସେବତୀ ନାଗ, ଲିଜା ବରିହା, ଅଂଜନା ନାଏକ, ସ୍ନେହଲତା ବେହେରା ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ବିଭାଗୀୟ ମୁଖ୍ୟ ଧନ୍ୟବାଦ ଅର୍ପଣ କରି ପାଠ୍ୟଚକ୍ରକୁ ସମାପ୍ତ କରିଥିଲେ ।

jittmm
Leave A Reply

Your email address will not be published.