oum

ଚିକିତ୍ସାରେ ଅର୍ଥ ସାଜିଛି ବାଧକ : ପେଟ୍ରୋଲରେ ଘା’ ସଫା କରୁଛନ୍ତି ପୁଅ

jsm

ନୂଆପଡା, (ନିରାକାର ମେହେର) : ଅସହାୟ ତଥା ଗରିବ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ତୁଲାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ହେଲେ ତୃଣମୂଳ ସ୍ତରରେ ଏହାର ସୁଫଳ ପହଂଞ୍ଚି ପାରୁନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ମହୁଲଭଟା ଗାଁରେ । ସୂଚନା ଅନୁସାରେ ଏହି ଗାଁରେ ବାସ କରନ୍ତି ବୁନୁ ଛତ୍ରିଆ(୫୫) ତାଙ୍କ ଗୋଡ଼ରେ ଏକ ଘା’ ହେବାରୁ ସେ ବିଭିନ୍ନ ହସ୍ପିଟାଲକୁ ଯାଇ ଚିକିତ୍ସା କରିବା ପରେ ସର୍ବ ସ୍ଵନ୍ତ ହୋଇଥିଲେ ମଧ୍ୟ ଘା’ ସୁଖିନଥିଲା । ଘା’ରେ ପୋକ ମାଛି ଘୂରି ବୁଲୁଥିବା ବେଳେ ବୁନୁଙ୍କ ଧର୍ମ ପୁଅ ନିଜ ଉଦ୍ୟମରେ ପେଟ୍ରୋଲରେ ଘା’ ସଫା କରି ବିଭିନ୍ନ ଜଡି ବୁଟି ଔଷଧ ଦେଇ ଚିକିତ୍ସା କରୁଛନ୍ତି । ତେବେ ଦିନକୁ ଦିନ ଘା’ ଶୁଖିବା ପରିବର୍ତ୍ତେ ବଢ଼ି ଚାଲିଛି । ଗୁନୁ ଜଣେ ଭିନ୍ନ କ୍ଷମ ହୋଇଥିବାରୁ ଅବିବାହିତ ହୋଇ ରହିଛନ୍ତି । ତାଙ୍କର ଭାଇମାନେ ଦୁଇ ଓଳି ଖାଇବାକୁ ଦିଅନ୍ତି । ହେଲେ ଚିକିତ୍ସା ଖର୍ଚ୍ଚ କରିବାକୁ ସେମାନଙ୍କ କ୍ଷମତା ନାହିଁ । ଏଥି ପାଇଁ ଭାଗ୍ୟକୁ ଆପଣେଇ ଗୁନୁ ଘରେ ପଡି ରହିଛନ୍ତି । ଏ ଦିଗରେ ବ୍ଲକ ତଥା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ନେଲେ ଗୁନୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରି ପାରିବ ବୋଲି ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.