
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଉପଲକ୍ଷେ ରାଜ୍ୟ ତମାମ ଆରମ୍ଭ ହୋଇଛି ଅର୍ପଣ ରଥ ପରିକ୍ରମା ଉକ୍ତ କାର୍ଯ୍ୟକ୍ରମ ଅବସରରେ ପୁରୀ ଜିଲ୍ଲାର ଗାଁ ଗହଳି ସହର, ଗଳିକନ୍ଦି ଚଳଚଞ୍ଚଳ ହୋଇ ଉଠିଛି । ଡେଲାଙ୍ଗ ବ୍ଲକର ବିଭିନ୍ନ ପଂଚାୟତରେ ଅର୍ପଣ ରଥକୁ ବନ୍ଦାପନା ସହ ଘଣ୍ଟ ଘଣ୍ଟା, ଶଙ୍ଖଧ୍ଵନି, ହରିବୋଲ ହୁଳହୁଳି, ନଦିଆ ସଂକୀର୍ତ୍ତନ, ଜୟ ଜଗନ୍ନାଥ ଧ୍ୱନି ସହ ଆଧ୍ୟାତ୍ମିକ ପରିବେଶରେ ଗଗନ ପବନ ପ୍ରକମ୍ପିତ ହେଉଥିବା ସବୁଠି ଦେଖିବାକୁ ମିଳୁଛି ଭକ୍ତିମୟ ପରିବେଶ । ଭଳିକି ଭଳି ଝୋଟି ଚିତାରେ ଝଲସୁଛି ଗାଁ ଦାଣ୍ଡ, ଭକ୍ତି ଓ ଶ୍ରଦ୍ଧାର ସହ ଏହାକୁ ସ୍ୱାଗତ କରିବା ସହ ଶ୍ରଦ୍ଧାଳୁ ଅକ୍ଷତ ଗୁଆ ଓ ଅରୁଆ ଚାଉଳ ଅର୍ପଣ କରୁଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସାଉରିଆ ପଂଚାୟତର ଘୋରଡ଼ିଆ ପତିତପାବନ ମନ୍ଦିରରେ ଅର୍ପଣ ରଥକୁ ପୂଜାର୍ଚ୍ଚନା ପରେ ଘରକୁ ଘର ବୁଲି ଅକ୍ଷତ ଗୁଆ, ଚାଉଳ ସଂଗ୍ରହ ଅଭିଯାନରେ ସାମିଲ ହୋଇଥିଲେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ବ୍ଲକ ଅଧକ୍ଷା ବାସନ୍ତି ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ସରପଞ୍ଚ ପ୍ରଭାତୀ ବେହେରା, ସମିତି ସଭ୍ୟା ଅର୍ଣ୍ଣପୂର୍ଣ୍ଣା ରଣଜିତ, ୧୧ଟି ୱାର୍ଡ଼ର ୱାର୍ଡ଼ ମେମ୍ବର ମନୋଜ ବଳିୟାରସିଂହ, ନୟନା ମଲ୍ଲିକ, ମିନା ବେହେରା, ପ୍ରଶାନ୍ତ କୁମାର ରାଉତରାୟ, ରଶ୍ମିତା ମଣ୍ଡଳ,ସୂର୍ଯ୍ୟଲାକ୍ଷ୍ମୀ ଜେନା, ପ୍ରଦୀପ ପାଇକରାୟ, ରୋଜିନା କୋଦାମସିଂହ, ମମତା ବେହେରା, ରଶ୍ମିତା ପରିଡା, ଛବି ସାମନ୍ତରାୟ, ବ୍ଲକ ଷ୍ଟାଫ ଚିତ୍ତରଞ୍ଜନ ଜେନା, ଜିଆର୍ଏସ୍ ଜ୍ୟୋତି ରଞ୍ଜନ, ପଂଚାୟତ ନିର୍ବାହୀ ଅଧିକାରୀ ଆଲୋକ କୁମାର ସାହୁ, ପତିତପାବନ ମନ୍ଦିର ପରିଚାଳକ ବିଜୟ ମିଶ୍ର ସମେତ ନଦିଆ ସଂକୀର୍ତ୍ତନ ମଣ୍ଡଳୀ ସହିତ ବହୁ ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ । ସେହିପରି ଘନିପୁର, କଲ୍ୟାଣପୁର, ଅରିଶଲ, ଖେଳାଉରି,ଡେଲାଙ୍ଗ- କୋଠବାଡ଼, ଗଡ଼ ମୋଟରୀ, ବେରବୋଇ, ରେଞ୍ଚ, ରେଙ୍ଗଳ ଶ୍ରୀପୁରୁଷତ୍ତମପୁର ଆଦି ପଂଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଅଞ୍ଚଳବାସୀ ସାମିଲ ହୋଇଥିଲେ ।