ସରଣ୍ଡାପାଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ସାଇକେଲ ଆରୋହୀ ସହ ୨ ଆହତ

ବିଜେପୁର, (ମୁୁନ୍ନା ସାହୁ) : ଗତକାଲି ରାତି ପ୍ରାୟ ୯ଟା ସମୟରେ ସରଣ୍ଡାପାଲି ଅଞ୍ଚଳରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସାଇକେଲ ଆରୋହୀ ସରଣ୍ଡାପାଲିର ରାହୁଲ ପଧାନ ଆହତ ହୋଇଥିବା ସୂଚନା ମିଳିଛି । TS 04 EM 3789 ନମ୍ବରର ଏକ କାର ନିୟନ୍ତ୍ରଣ ହରାଇ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ପରେ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପିଟି ହୋଇଥିଲା । ଗାଡିରେ ଡି. ପ୍ରସାଦ, ଗୌରଭ ଖୁଜୁର ଓ ମୁଦନ ଗୁଲ୍ଲା ପ୍ରବୀଣ ସହ ମୋଟ ୩ ଜଣ ବ୍ୟକ୍ତି ଥିଲେ । ଧକ୍କାରେ ରାହୁଲ ପଧାନ ଆହତ ହୋଇଥିବାବେଳେ ଗାଡିରେ ଥିବା ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ଅତିଶୀଘ୍ର ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗାଡି ଚଲାଉଥିବା ଡ୍ରାଇଭର ମଦ୍ୟପାନ ଅବସ୍ଥାରେ ଦ୍ରୁତ ଗତିରେ (ପ୍ରାୟ ୧୦୦ରୁ ୧୨୦ କିମି ପ୍ରତିଘଣ୍ଟା) ଗାଡି ଚଲାଉଥିଲା ବୋଲି ଅଭିଯୋଗ ହୋଇଛି । ଏହା କୁସୁର୍ଡା ବ୍ରିଜ୍‌ର ଠିକାଦାରଙ୍କ ଗାଡି ବୋଲି ମଧ୍ୟ ସ୍ଥାନୀୟ ମହଲରେ ଚର୍ଚ୍ଚା ହୋଇଛି । ତେବେ ଏହି ସମସ୍ତ ଅଭିଯୋଗକୁ ପୋଲିସ ପକ୍ଷରୁ ସରକାରୀଭାବେ ସ୍ଥିର କରାଯାଇନାହିଁ । ଅନ୍ୟପଟେ, ଗାଡିରେ ଥିବା ଆଉ ଦୁଇଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ବରପାଲି ଆଇଆଇସି ପ୍ରମୋଦ କୁମାର ସାହୁ । ପୋଲିସ ପକ୍ଷରୁ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.