ଘୋରଡ଼ିଆ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିରରେ ଆୟୁଷ୍ମାନ କାର୍ଡ଼ ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରକାରଙ୍କ ପକ୍ଷରୁ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାର ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି । ଏନେଇ ଡେଲାଙ୍ଗ ବ୍ଲକରେ ଥିବା ୫ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଘୋରଡ଼ିଆ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ସମ୍ମୁଖ ପଡ଼ିଆଠାରେ ଆଭାସୀ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ସହିତ ଆୟୁଷ୍ମାନ କାର୍ଡ଼ ବଣ୍ଟନ କରାଯାଇଛି । ଏହି ଅବସରରେ ଡେଲାଙ୍ଗ ପଂଚାୟତ ସମିତି ହେଡ଼କ୍ଲର୍କ ଆଶିଷ କୁମାର ପାତ୍ର, ସାଉରିଆ ପଂଚାୟତ ନିର୍ବାହୀ ଅଧିକାରୀ ଚକ୍ରଧର ପାଇକରାୟ, ଜିଆରଏସ ଜ୍ୟୋତିମୟ ପରିଡା, ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମୈତ୍ରୀ ସ୍ୱାଇଁ, ସୁପରଭାଇଜର ଶାନ୍ତିଲତା ବାରିକ, ପିଏଚସିର ସ୍ନେହାଞ୍ଜଳି ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ଆୟୁଷ୍ମାନ ଡେମୋ କାର୍ଡ଼ ବଣ୍ଟନ କରିଥିଲେ । ଏହାର ପ୍ରଚାର ଏବଂ ସବିଶେଷ ତଥ୍ୟ ଲୋକଙ୍କୁ ସଚେତନ କରିବା ପାଇଁ ଏକ ସଚେତନତା ରଥକୁ ବ୍ଲକ ଅଧିକାରୀ ଆଶିଷ ପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀ, ଏଏନ ଏମ, ଆଶା କର୍ମୀ, ଅଙ୍ଗାନାୱାଡି କର୍ମୀ, ସ୍ଥାନୀୟ ସାଶକ ଦଳର ନେତୃବୃନ୍ଦ ସମେତ ଶତାଧିକ ମହିଳା ଯୋଗଦେଇଥିଲେ ।

Leave A Reply

Your email address will not be published.