centurian jitm

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଆୟୁଷ୍ମାନ କାର୍ଡ ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ବଣ୍ଟନ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅଧୀନସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅଗଲାପାଲିରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଆୟୁଷ୍ମାନ କାର୍ଡ ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଘର ଘର ଯାଇ ବଣ୍ଟନ କରିଥିଲେ । ବଲାଙ୍ଗିର ମୁଖ୍ୟ ଚିକିତ୍ସାଧୀକାରୀ ରମେଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମରେ ସାମିଲ ହୋଇ କାର୍ଡର ସୁବିଧା ଲୋକେ କିପରି ପାଇ ପାରିବେ ତାହା ବୁଝାଇଥିଲେ । ବର୍ତ୍ତମାନ ସାରା ଭାରତରେ ୨୯୦୦ ଟି ହସ୍ପିଟାଲରେ ଏଇ କାର୍ଡ ଦ୍ୱାରା ରୋଗୀ ଚିକିତ୍ସିତ ହୋଇ ସୁବିଧା ପାଇ ପାରିବେ ବୋଲି ମନ୍ତ୍ରୀ ବକ୍ତବ୍ୟ ରଖିଥିଲେ । ଶେଷରେ ଅଗଲାପାଲି ରଂଜନ ଆରୋଗ୍ୟ କେନ୍ଦ୍ର ପରିଦର୍ଶନରେ ଯାଇ ମନ୍ତ୍ରୀ ଖୁସିବ୍ୟକ୍ତ ହେବା ସହ ସେଠାରେ ୧୦୬ ପ୍ରକାର ଔଷଧ ମାଗଣା ବଣ୍ଟନ ସହ ୩ ଜଣ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ । ଉକ୍ତ କେନ୍ଦ୍ରର ପରିଷ୍କାର ପରିଚ୍ଛନ୍ନତା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ବୋଲି ମନ୍ତ୍ରୀ କହିଥିଲେ । ଅଂଚଳବାସୀ ମନ୍ତ୍ରୀଙ୍କ ଏତାଦୃଶ୍ୟ କାର୍ଯ୍ୟକଳାପକୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.