ଅର୍ଚ୍ଚନା ପାଢୀଙ୍କ ଇନ୍‌ଷ୍ଟାଗ୍ରାମରେ ୧ଲକ୍ଷ ଫଲୋଅର୍‌ସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ଓଡିଶାରେ ସଙ୍ଗୀତ ମାଧ୍ୟମରେ ଚର୍ଚ୍ଚାରେ ରହିଥିବା ଅର୍ଚ୍ଚନା ପାଢୀଙ୍କ ଇନ୍‌ଷ୍ଟାଗ୍ରାମରେ ୧ ଲକ୍ଷ ଫୋଲୋଅର୍‌ସ୍‌ । ବଲାଙ୍ଗିର ମାଟିରୁ ନିଜ ସଙ୍ଗୀତକୁ ଆରମ୍ଭ କରିଥିବା ଅର୍ଚ୍ଚନା ଏବେ ସାରା ଓଡିଶାରେ ଚର୍ଚ୍ଚାରେ, ଯାହା ବଲାଙ୍ଗିର ମାଟି ପାଇଁ ଗର୍ବ ଓ ଗୌରବ । ଇନ୍‌ଷ୍ଟାଗ୍ରାମରେ କମ ଦିନ ଭିତରେ ଅର୍ଚ୍ଚନାଙ୍କ ୧ଲକ୍ଷ ଫଲୋଅରସ୍‌ ହୋଇଥିବାରୁ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ସଂଗୀତର ମୂର୍ଚ୍ଛନାରେ ନିଜକୁ ହଜେଇ ଦେଇଥିବା ଅର୍ଚ୍ଚନା ଆଜି ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଛନ୍ତି । ତାଙ୍କ ପ୍ରତିଭାର ମହକରେ ମହକିତ ଆଜି ଗାଁ ଠୁ ସହର ।

Leave A Reply

Your email address will not be published.