ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ପାଇଁ ଲେପ୍ରୋସ୍କୋପି ଦ୍ଵାରା ବନ୍ଧ୍ୟକରଣ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲାରେ ପ୍ରଥମ ଥର ପାଇଁ ଛତ୍ରପୁର ବ୍ଳକ୍ ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଲେପ୍ରୋସ୍କୋପି ଦ୍ଵାରା ପରିବାର ନିୟୋଜନ ବନ୍ଧ୍ୟକରଣ ଅସ୍ତ୍ରୋପଚାର ଅଭିଯାନ ଶୁକ୍ରବାର ଆରମ୍ଭ କରାଯାଇଛି । ରାଜ୍ୟସ୍ତରୀୟ ସ୍ଵତନ୍ତ୍ର ଡ଼ାକ୍ତର ଟିମ୍ ସହ ଆଜି ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସ୍ଵାଧୀନ ରଥଙ୍କ ତତ୍ତ୍ଵାବଧାନରେ ଶୁକ୍ରବାର ୬୦ରୁ ଉର୍ଦ୍ଧ ରୋଗୀଙ୍କ ଅସ୍ତ୍ରୋପଚାର ନିମନ୍ତେ ପଞ୍ଜୀକୃତ କରାଯାଇଛି । ଡାକ୍ତର ମୁକ୍ତିକାନ୍ତ ନାୟକଙ୍କ ଦ୍ଵାରା ଉକ୍ତ ଅସ୍ତ୍ରୋପଚାର କରାଗଲା । ଉଦଘାଟନ କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ୍ ଭାଇସ୍ ଚେୟାରମ୍ୟାନ୍ ସାଡି ସାରଦା ରେଡ୍ଡୀ, ରାଜ୍ୟ ବିଜେପି ପରିଷଦ ସଦସ୍ୟ ପଦ୍ମ ଚରଣ ସାହୁ, ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ, କିଶୋର ରେଡ୍ଡୀ, ବନୋଜ ନାୟକ, ପ୍ରତାପ ସେନାପତିଙ୍କ ସମେତ ୧ଶହରୁ ଉର୍ଦ୍ଧ ଗ୍ରାମବାସୀ, ଆଶା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପୋଟ୍ଟଲାମପୁର୍ ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ବି.ପି.ଏମ୍. ସିମାଞ୍ଚଳ ପ୍ରଧାନ ପ୍ରମୁଖ ଉକ୍ତ ଜନମଙ୍ଗଳ ଓ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.