ଜାତୀୟ କୃମି ନାଶକ ଔଷଧ ସେବନ ଅଭିଯାନ ଆରମ୍ଭ

ତୁରେକେଲା, (କୈଳାଶ ସଗ୍ରିଆ) : କେନ୍ଦ୍ର ସରକାରଙ୍କ ଜାତୀୟ କୃମି ନାଶକ ଔଷଧ ସେବନ ଅଭିଯାନର ଶୁଭାରମ୍ଭ ଆଜି ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତ ର ଚଟୁଅନକା ଗ୍ରାମରେ ହୋଇଯାଇଛି ।କରୋନା ଯୋଗୁଁ ବିଦ୍ୟାଳୟ ବନ୍ଦ ଥିବାରୁ ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନେ ନିଜ ନିଜ ଘରେ ରହୁଥିବା ବେଳେ ଅଭିଯାନଟିକୁ ସଫଳ କରିବା ପାଇଁ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ, ମହିଳା ସ୍ୱାସ୍ଥ୍ୟ କର୍ମୀ ନମିତା ମିଶ୍ର, ଶିକ୍ଷକ କିଶୋର ବରିହା, ଶିକ୍ଷୟିତ୍ରୀ ଦେବକୀ ତାଣ୍ଡି, ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ,ଅବନ୍ତୀ ପୁଟେଲ, ଆଶା କର୍ମୀ ସୂର୍ୟ୍ୟକାନ୍ତୀ ମାଝୀ, ଅବସରପ୍ରାପ୍ତ ଶିକ୍ଷକ ଥମିର ଛତ୍ରିଆ ଘର ଘର ବୁଲି କୃମି ନାଶକ ଔଷଧ ସେବନ କରେଇ ଥିଲେ । ଚଳିତ ମାସ୧୦ରୁ ୧୬ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଅଭିଯାନରେ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । କରୋନା ମହାମାରୀକୁ ହରେଇବାକୁ ହେଲେ ସାମାଜିକ ଦୂରତା, ହାତ ଧୋଇବା ଓ ମାସ୍କ ପରିଧାନ ଉପରେ ଧ୍ୟାନ ଦେବା ଜରୁରୀ ବୋଲି ଲୋକ ମାନଙ୍କୁ ବୁଝେଇ ଥିଲେ ।

Leave A Reply

Your email address will not be published.