ls

ଆରମ୍ଭ ହେଲା ଡଟ୍ ଫେଷ୍ଟ-୨୦୨୩

sb

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଐତିହ୍ୟ, ପରମ୍ପରା ସହ ସାହିତ୍ୟକୁ ଭଲ ପାଉଥିବା ଲୋକଙ୍କର ଭରପୂର ଉତ୍ସାହ ଓ ଆଗ୍ରହ ଭିତରେ ଶନିବାରଠାରୁ ଆରମ୍ଭ ହୋଇଛି ଡ଼ଟ୍ ଫେଷ୍ଟ ୨୦୨୩ । ଗୋଟିଏ ପଟେ ସାରା ରାଜ୍ୟରେ ପୁରୁଷ ହକି ବିଶ୍ୱକପ୍‌ର ଫିଭର ଛାଇ ହୋଇଯାଇଥିବା ବେଳେ ସେ ଭିତରେ ବି ଡ଼ଟ୍ ଫେଷ୍ଟର ପ୍ରଥମ ଦିନରେ ଉଭୟ ବକ୍ତା ଓ ଶ୍ରୋତାଙ୍କ ଭିତରେ ଥିଲା ଭରପୂର ଉତ୍ସାହ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଉଭୟ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର କଥାକାରଙ୍କ ସହିତ ଉତ୍ସାହପୂର୍ଣ୍ଣ ମତ ବିନିମୟ କରିଥିଲେ ବିଭିନ୍ନ ବର୍ଗର ସାହିତ୍ୟ ଓ ସଂସ୍କୃତିପ୍ରେମୀ । ବିଶେଷକରି ଯୁବପିଢିଙ୍କ ଭିତରେ ପରିଲକ୍ଷିତ ହୋଇଥିଲା ଅହେତୁକ ଆଗ୍ରହ । ଡ଼ଟ ଫେଷ୍ଟର ଉଦ୍‌ଘାଟନୀ ଦିବସରେ ଏକାଥରକେ ଚାରୋଟି ସ୍ଥାନରେ କାହାଣୀ ସହିତ ଶ୍ରୋତା ଓ ବକ୍ତାଙ୍କ ଭିତରେ ହୋଇଥିଲା ମତ ବିନିମୟ । ଏଥିପାଇଁ ଭୁବନେଶ୍ୱରର କଳାଭୂମି, ଇନ୍ଦିରାଗାନ୍ଧୀ ପାର୍କ, ବୁଦ୍ଧ ପାର୍କ ଓ ଅବଦୁଲ କାଲାମ ପାର୍କରେ ହୋଇଥିଲା ଏହି ଷ୍ଟୋରୀ ଟେଲିଂ ସେସନ । ଇନ୍ଧିରା ପାର୍କରେ ଆୟୋଜିତ କାର୍ଯ୍ୟକ୍ରମରେ ଆମେରିକୀୟ କଥାକାର ଆଂଟୋନିଓ ରୋଚା ପଶୁପକ୍ଷୀଙ୍କ ଚରିତ୍ରକୁ ଆଧାର କରି ଗଳ୍ପ ଅବତାରଣାରେ ଉପସ୍ଥିତ ଶ୍ରୋତାଙ୍କ ସହ ମତ ବିନିମୟ କରିଥିଲେ । ସେହିଭଳି ଜାପାନୀ ଲୋକଙ୍କ କଥା, ସାହିତ୍ୟ ଓ ଶୈଳୀକୁ ନେଇ ନୁପୂର ଅଗ୍ରୱାଲଙ୍କ ଉପାସ୍ଥାପନା ଥିଲା ବେଶ୍ ଗ୍ରହଣୀୟ ।

pc pk
Leave A Reply

Your email address will not be published.