ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ

ଅନୁଗୁଳ /ବାରିପଦା : ଆଜି ଠାରୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ସାତକୋଶିଆ ବନଖଣ୍ଡର ମହାନଦୀ ଓ ଆଖପାଖ ଅଞ୍ଚଳରେ କୁମ୍ଭୀର ଗଣନା କରାଯାଉଛି । ଏହି ଗଣନା କାର୍ଯ୍ୟରେ ମୋଟ୍‌ ୧୨ଟି ଟିମ୍‌ ନିୟୋଜିତ ହୋଇଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ମଧ୍ୟ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ଜିଲ୍ଲାର ସମୁଦାୟ ୧୮ଟି ଜାଗାରେ କୁମ୍ଭୀର ଗଣନା ହେବ । ଏଥିପାଇଁ ମୋଟ୍‌ ୧୮ଟି ଟିମ୍‌ ନିୟୋଜିତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.