
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ଏଆର୍ ମେରେଜ୍ ପେଲେସ ଉଦ୍ଘାଟିତ ହୋଇଯାଇଛି । ସ୍ଥାନୀୟ ଭୀମଭୋଇ ମେଡ଼ିକାଳ କଲେଜ ଗେଟ୍ ନଂ.୨ ସିଦ୍ଧି ବିନାୟକ ନଗରରେ ଏହି ଏଆର୍ ମେରେଜ ପେଲେସ ଉଦ୍ଘାଟିତ ହୋଇଯାଇଛି । ବରିଷ୍ଠ ବିଜେଡ଼ି ନେତା ତଥା ଏଆର୍ ମେରେଜ୍ ପେଲେସର ମାଲିକ ଅଜୟ ଦାଶ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ରଶ୍ମି ଦାଶ ଫିତାକାଟି ଉଦ୍ଘାଟନ କରିଛନ୍ତି । ଏଠାରେ ଉନ୍ନତ ମାନର ମେରେଜ୍ ପେଲେସ ତା’ସହ ଲଜିଙ୍ଗ୍ ବ୍ୟବସ୍ଥା ଏବଂ ପାର୍କି ବ୍ୟବସ୍ଥା ମଧ୍ୟ ରହିଛି । ଯାହା ସାଧାରଣ ଜନତାଙ୍କୁ ବେଶ୍ ଆକର୍ଷିତ କରିବ । ହୋଟେଲ ଉଦ୍ଘାଟିତ ହେବା ସମୟରେ ନାରୀ ଶକ୍ତି ଫାଉଣ୍ଡେସନର ନୂତନ ଦାଶ, ସୁର୍ଜିତ ଦାଶ, ଅଙ୍କିତା ଦାଶ, ସାଇଚନ୍ଦନ ମହାନ୍ତି, ରାଜଲକ୍ଷ୍ମୀ ଦାଶଙ୍କ ସହ ବଲାଙ୍ଗିରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତଥା ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

