lika

ପୂର୍ବତନ ମନ୍ତ୍ରୀ ତଥା କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ସଭାପତି ମଣ୍ଡଳୀ ସଦସ୍ୟ କାର୍ତ୍ତିକ ତରିଆଙ୍କ ଦେହାନ୍ତ : କୋସଲ ଆନ୍ଦୋଳନର ଅପୂରଣୀୟ କ୍ଷତି

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ମନ୍ତ୍ରୀ, କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ସଭାପତି ମଣ୍ଡଳୀ ସଦସ୍ୟ ତଥା ସୁବର୍ଣ୍ଣପୁରର ବରିଷ୍ଠ ଆଇନଜୀବୀ କାର୍ତ୍ତିକ ତରିଆ(୭୦)ଙ୍କ ଗତକାଲି ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କ ପରଲୋକରେ କୋସଲ ଆନ୍ଦୋଳନର ଅପୂରଣୀୟ କ୍ଷତି ହୋଇଛି ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ସଭାପତି ପ୍ରମୋଦ କୁମାର ମିଶ୍ର ଏକ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି । ଖଟିଖିଆ, ଗରିବ ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିବା ସ୍ୱର୍ଗତ ତରିଆ ପଶ୍ଚିମାଂଚଳରେ ହାଇକୋର୍ଟ ବେଂଚ ସ୍ଥାପନ ଆନ୍ଦୋଳନ ତଥା କୋସଲ ଆନ୍ଦୋଳନ କ୍ଷେତ୍ରରେ ଜଣେ ଆଗ ଧାଡ଼ିର ସଂଗଠକ ଥିଲେ । କୋସଲାଂଚଳ ପାଇଁ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ । ତାଙ୍କ ବିୟୋଗରେ କୋସଲ ରାଜ୍ୟ ସମନ୍ୱୟ ସମିତ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯିବା ସହ ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରାଯାଇଛି ।

babaa
Leave A Reply

Your email address will not be published.