ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ପୋୖର ପରିଷଦରେ ସେବା କର ହୋଲଡିଂ ଟେକ୍ସ ଅହେତୁକ ଭାବେ ବୃଦ୍ଧିକୁ ଆମ୍ ଆଦମୀ ପାର୍ଟି ବିରୋଧ କରିଆସୁଛି । ଆସନ୍ତା ୨୫ ତାରିଖ ଆପତ୍ତି ଅଭିଯୋଗର ଶେଷ ଦିନ ହୋଇଥିବାରୁ ବହୁ ଲୋକ ଏ ବିଷୟରେ ଅବଗତ ନୁହନ୍ତି ତେଣୁ ଆଗାମୀ ୩୦ ଦିନ ପାଇଁ ସମୟ ବୃଦ୍ଧି କରିବାକୁ ଆପ୍ ଦାବୀ କରିଛି । ପ୍ରତ୍ୟକ ୱାର୍ଡରେ ସହାୟତା କେନ୍ଦ୍ର ଓ ସଚେତନତା କରାଯାଇ ଆପତ୍ତି ଗ୍ରହଣ କରିବାକୁ ଜିଲ୍ଲା ଆବାହକ ଭାବନୀ ସାହୁ ଦାବୀ କରିଛନ୍ତି । ସେହିପରି ବୁଲା କୁକୁରଙ୍କ ସଂଖ୍ୟା ସହରରେ ୫ ହଜାରରୁ ଅଧିକ ହୋଇଥିବାରୁ କୁକୁର କାମୁଡ଼ା ଓ ଦୁର୍ଘଟଣାରେ ପ୍ରତ୍ୟେକ ମାସ ୯୦ ଘଟଣା ସାମ୍ନାକୁ ଆସୁଛି, ପୋୖର ପରିଷଦ ବନ୍ଧ୍ୟାକରଣ କରିବାରେ ବିଫଳ ହୋଇଛି ଅନ୍ୟ ପଟେ କୁକୁର କାମୁଡ଼ା ଟୀକା ପାଇଁ ୮ କିଲୋମିଟର ଟୁକୁରର୍ଲା ଯିବାକୁ ପଡୁଛି । ତେଣୁ ସହରର ପୁରୁଣା ହସ୍ପିଟାଲରେ ଟୀକା ଦେବା ବ୍ୟବସ୍ଥା କରିବାକୁ ଦାବୀ କରିଛନ୍ତି ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର । ନୂତନ କାଉନସିଲ ଗଠନ ନ ହେବା ଯାଏ ଏହି ଟେକ୍ସକୁ ନାଳଦିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଆସୁଛି ।