centurian jitm

ଭଙ୍ଗାଗଲା ଅପରାଧୀ ଚିତ୍ତ ମହାନ୍ତିର ଆର୍ଯ୍ୟା ମେରେଜ୍‌ ପେଲେସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅପରାଧୀ ଚିତ୍ତ ମହାନ୍ତିର ବଲାଙ୍ଗିର-ଟିଟିଲାଗଡ ରାସ୍ତାରେ ଥିବା ଆର୍ଯ୍ୟା ମେରେଜ୍‌ ପେଲେସରେ ଲାଗିଲା ବଲାଙ୍ଗିର ପୋଲିସର ବୁଲ୍‌ଡୋଜର । ଏହି କିଛି ଦିନ ତଳେ ଇଡ୍‌କୋର ଅନୁରୋଧ କ୍ରମେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଆର୍ଯ୍ୟା ମେରେଜ୍‌ ପେଲେସକୁ ବେଆଇନ୍‌ ଘୋଷଣା କରାଯାଇ ସିଲ୍‌ କରାଯାଇଥିବା ବେଳେ ଆଜି ପୋଲିସ ବୁଲ୍‌ଡୋଜର ଧୂଳିସାତ କରିଛି ଆର୍ଯ୍ୟା ମେରେଜ୍‌ ପେଲେସକୁ । ଦିଆଯାଇଥିବା ସୂଚନା ଅନୁସାରେ ଇଡ୍‌କୋ ତରଫରୁ ୨୦୦୮ ମସିହାରେ ପ୍ଲଟ ନଂ ଏ/୧୦ ଲକ୍ଷ୍ମୀ ସିମେଣ୍ଟ ପ୍ରଡକ୍ଟ ନାମରେ ପ୍ରଦାନ କରାଯାଇଥିବା ବେଳେ ବେଆଇନ୍‌ ଭାବେ ଏଠାରେ ଅପରାଧୀ ଚିତ୍ତ ମହାନ୍ତି ଆର୍ଯ୍ୟ ମେରେଜ୍‌ ପେଲେସ ତିଆରି କରିଥିଲା । ତେବେ ଇଡ୍‌କୋ ପକ୍ଷରୁ ଏହି ବେଆଇନ୍‌ ପ୍ରତିଷ୍ଠାକୁ ଚ୍ୟାଲେଞ୍ଜ କରାଯାଇ ଆଇନ୍‌ ଅନୁସାରେ ଆଜି ଆର୍ଯ୍ୟା ମେରେଜ୍‌ ପେଲେସକୁ ଭଙ୍ଗା ଯାଉଛି । ବଲାଙ୍ଗିର ଏସ୍‌ପି ନିତିନ କୁଶଲକର କହିଛନ୍ତି ଯେ, କ୍ରିମିନାଲ ଚିତ୍ତ ମହାନ୍ତି ଏବେ ଏକ ହତ୍ୟା ଘଟଣାରେ ଜେଲ୍‌ ହାଜତରେ ରହିଥିବା ବେଳେ ତା’ ନାମରେ ଜମି ମାଫିଆଗିରି ଗୁଣ୍ଡାଗର୍ଦି ଭଳି ଆହୁରି ଅନେକ ମାମଲା ରହିଛି । ତେବେ ଇଡ୍‌କୋ ସ୍ଥାନରେ ଅପରାଧୀ ଚିତ୍ତ ମହାନ୍ତି ଦ୍ୱାରା ତିଆରି ହୋଇଥିବା ଆର୍ଯ୍ୟା ମେରେଜ୍‌ ପେଲେସ ଏବେ ଭଙ୍ଗା ଚାଲିଛି । ଏହି କ୍ରମରେ ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣ ମଧ୍ୟ ନିଜ ପ୍ରତିକ୍ରିୟାରେ ଅପରାଧୀ ଚିତ୍ତ ମହାନ୍ତିର ବେଆଇନ୍‌ ପ୍ରତିଷ୍ଠାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଧ୍ୱଂସ କରାଯିବାକୁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ।

Leave A Reply

Your email address will not be published.