shyamal

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ସମନ୍ଵିତ ସର୍ବେକ୍ଷଣ ଅଭିଯାନ ଓ ଡେଙ୍ଗୁ ନିରାକରଣ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ସମନ୍ଵିତ ସର୍ବେକ୍ଷଣ ଅଭିଯାନ ଏବଂ ଡେଙ୍ଗୁ ନିରାକରଣ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ପ୍ରତି ଶନିବାର ଜିଲ୍ଲାର ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ପାଳନ ହେଉଥିବା ସ୍ଵଚ୍ଛତା ଦିବସରେ ପାଣି ଜମୁଥିବା ସ୍ଥାନ, ଘାସ, ବୁଦା ମାନଙ୍କୁ ପରିଷ୍କାର କରିବା ସହ ମଶା ଯେପରି ଅଣ୍ଡା ଦେଇନପାରେ ସେ ଦିଗରେ ଧ୍ୟାନ ଦେବାକୁ ଜିଲ୍ଲାପାଳ କହିଥିଲେ । ମାଲେରିଆ ଓ ଡେଙ୍ଗୁ ନିରାକରଣରେ ଚିହ୍ନଟଙ୍କ ଯଥା ଶୀଘ୍ର ଆରୋଗ୍ୟ ପାଇଁ ପଦକ୍ଷେପ ନେବାକୁ ଗୁରୁତ୍ଵାରୋପୋ କରିଥିଲେ । ଅତ୍ୟଧିକ ରୋଗୀ ଚିହ୍ନଟ ସ୍ଥାନଗୁଡିକୁ ସ୍ଵତନ୍ତ୍ର ଭାବେ ଧ୍ୟାନ ଦେବାକୁ ଆଦେଶ ଦେଇଥିଲେ । ଦୀର୍ଘ ସ୍ଥାୟୀ କୀଟନାଶକ ମଶାରୀ, ଧୂଆଁ ପ୍ରୋୟୋଗ କରୁଥିବା ମେସିନ୍‌ ଉପଯୋଗ କରିବା ସହ ମ୍ୟୁନ୍‌ସିପାଲ୍‌ଟି ସଫେଇ କାର୍ଯ୍ୟ ତ୍ଵରାନିତ୍ଵ କରିବାକୁ କହିଥିଲେ । ନୀଚ ଜାଗାରେ ପାଣି ଜମୁଥିବା ସ୍ଥାନ ଗୁଡିକରେ ବାଲି ପକେଇ ସମତଳ କରିବା, ଆବର୍ଜନାକୁ ଜନ ବସ୍ତି ଠାରୁ ତୁରନ୍ତ ଦୂରେଇ ପକେଇବା ଭଳି ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ମୁଣ୍ଡ ବଥା ତଥା ଜ୍ଵର ହେଲେ ବି ଡେଙ୍ଗୁ ମାଲେରିଆ ପାଇଁ ଟେଷ୍ଟିଙ୍ଗ ପରିମାଣ ବଢେଇବା ଉପରେ ଧ୍ୟାନ ବଢେଇବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ସମନ୍ଵିତ ସ୍ଵାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ତା. ଜୁଲାଇ ପହିଲାରୁ ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଯକ୍ଷ୍ମା, କୁଷ୍ଠ ଓ ସମ୍ପୂର୍ଣ୍ଣ ନିରାକରଣ ହୋଇନଥିବା ଶିଶୁ ଏବଂ ହେପାଟାଇଟିସ୍‌ ପରୀକ୍ଷା ନକରିଥିବା ଗର୍ଭବତୀ ମହିଳାଙ୍କର ଚିହ୍ନଟ କରିବା ସହ ଟିକାକରଣ କରିବାକୁ କହିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ପ୍ରଦୀପ କୁମାର ଗୁରୁ ସଭା ଆରମ୍ଭ ଭାଷଣ ପ୍ରଦାନ କରି ରୋଗକୁ କେମିତି ଅତିଶୀଘ୍ର ଚିହ୍ନଟ କରିବା ଏବଂ ଏହାର ପ୍ରତିକାର ନିମନ୍ତେ ଅଭିନବ ପନ୍ଥା ଗ୍ରହଣ କରି ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ତୃଣମୂଳ ସ୍ତରରେ ଜନସଚେତନତା ସୃଷ୍ଟି କରି ଏହାର ନିରାକରଣ ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ଦୀର୍ଘ ସ୍ଥାୟୀ କୀଟନାଶକ ମଶାରୀ ବଣ୍ଟନ ଓ ଏହାର ଉପଯୁକ୍ତ ବ୍ୟବହାର ଦ୍ଵାରା ମ୍ୟାଲେରିଆ ରୋଗକୁ ହ୍ରାସ କରାଯାଇପାରିଛି ବୋଲି ସେ ପ୍ରକାଶ କରିଥିଲେ । ଏହି ଦିବସ ପାଳନର ତାତ୍ପର୍ଜ୍ୟ ସମ୍ପର୍କରେ ସୂଚନା ଦେବା ସହ ମ୍ୟାଲେରିଆ ନିରାକରଣ ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ପାୱାର୍‌ପଏନ୍ଟରେ ବିଗତ ବର୍ଷରେ କିପରି ରୋଗ ନିରାକରଣ ବଢିବା ସହ ରୋଗୀଙ୍କ ସଂଖ୍ୟା କମିଛି ବୋଲି ରିପୋର୍ଟରେ ଦର୍ଶାଇଥିଲେ । ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଦିବ୍ୟକିଶୋର ପତି, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଭେକ୍ଟର ବାହିତ) ଡ. କୁବେର ଚନ୍ଦ୍ର ମହନ୍ତ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ. ସୁଧା ବାର୍ଲା, ଡ. ସିଦ୍ଧେଶ୍ଵର ମାଝି, ଜିଲ୍ଲା ପ୍ରକଳ୍ପ ପରିଚାଳକ ମୃତ୍ୟୁଞ୍ଜୟ ମୁଣ୍ଡ, ଜିଲ୍ଲାସ୍ତରୀୟ ଅଧିକାରୀ ଜନସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ ।

purusottam
Leave A Reply

Your email address will not be published.