ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର, ବ୍ରଜବିହାର ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କଲାହାଣ୍ଡି ଜିଲ୍ଲା କ୍ରୀଡା ଅଧିକାରୀ ରୂପସିଂ ରାଉତ, ଦକ୍ଷିଣ ସମ୍ଭାଗ ସମ୍ପାଦକ ଦୁଷ୍ମନ୍ତ ରଥ, ଦକ୍ଷିଣ ସମ୍ଭାଗ ସଂଯୋଜକ ସୁକାନ୍ତ କୁମାର ବେହେରା, କଳାହାଣ୍ଡି ବିଭାଗ ନିରୀକ୍ଷକ ବିପିନ ବିହାରୀ ମିଶ୍ର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟି ପରିଚଳିତ ହୋଇଥିଲା ପ୍ରଧାନ ଆଚାର୍ଯ୍ୟ କୁଞ୍ଜ ବିହାରୀ ଦାସଙ୍କ ତତ୍ୱାବଧାନରେ ବିଦ୍ୟାଳୟର ଗୁରଜୀ ଗୁରୁମା, ଏନ୍‌. ସି. ସି ଏବଂ ଅନ୍ୟ ଭାଇଭଉଣୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.