ବନ ମହୋତ୍ସବ ଅନୁଷ୍ଠିତ

କଳାହାଣ୍ଡି, (ହେମନ୍ତ ସାହୁ) : ଜୁନାଗଡ ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ମାଟିଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ପରିସରରେ ବନ ମହୋତ୍ସବ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦୈନିକ ସମ୍ବାଦର ଜୁନାଗଡ ବ୍ଲକ ପ୍ରତିନିଧି ସୁନ୍ଦର ମୋହନ ଛତ୍ରିଆଙ୍କ ଆବାହନ କ୍ରମେ ଏକ ସଚେତନ ସଭା ପ୍ରଧାନ ଶିକ୍ଷକ ଲକ୍ଷୀକାନ୍ତ ଦଣ୍ଡସେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟବକ୍ତା ଅଜୟ ଦାସ, ସମ୍ମାନିତ ବକ୍ତା ରାଧେଶ୍ୟାମ ପଣ୍ଡା, ମୁଖ୍ୟ ଅତିଥି ପ୍ରମୋଦ ବେହେରା, ସମ୍ମାନିତ ଅତିଥି ବିଶ୍ୱନାଥ କର, ସମ୍ବାଦ ସାହିତ୍ୟ ଘରର ସଦସ୍ୟା ତଥା କବି ପଲ୍ଲବୀ ଦାସ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ମଂଚାସୀନ ସମସ୍ତ ଅତିଥିଙ୍କ ସହିତ ଯୁବ ଶିଳ୍ପୀ ହିମାଂଶୁ ନାୟକ, ବିଜ୍ଞାନ ଶିକ୍ଷକ ରାହାସ ବିହାରୀ ଦଣ୍ଡେସେନା ଏହି ପରି କାର୍ଯ୍ୟକ୍ରମର ଉପାଦେୟତା ବର୍ଣ୍ଣନା କରି, ଛାତ୍ରଛାତ୍ରୀମାନେ ବୃକ୍ଷରୋପଣକୁ ଜୀବନର ଏକ ବ୍ରତ ଭାବରେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ଯୁବକବି କିରଣମୟ ସେନାପତି, ମନୋଜ ମେହେର, ଚନ୍ଦ୍ରମୋହନ ମେହେର, ଶରତ ଚନ୍ଦ୍ର ମେହେର, ବେଣୁପାଣି ଜଙ୍ଗଲ ସୁରକ୍ଷା ଆଧରିତ ସ୍ୱରଚିତ କବିତା ପାଠ କରିବା ପରେ ନବଘନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଜୁନାଗଡ ବନଖଣ୍ଡର ଅଧିକାରୀ ଶ୍ରୀକାନ୍ତ ପଟ୍ଟନାୟକଙ୍କ ପ୍ରେରଣାପ୍ରଦ ବକ୍ତବ୍ୟ ପ୍ରଦାନ ପରେ ସ୍କୁଲ ପରିସରେ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶତାଧିକ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିରେ ସହଯୋଗ କରିଥିଲେ ଯୁବ ସମାଜ ସେବୀ ଭିକାରୀ ମହାଲିକ, ଦିବ୍ୟଶଙ୍କର ମେହେରଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ, ବିଦ୍ୟାଳୟୟର ଶତାଧିକ ଛାତ୍ରଛାତ୍ରୀ ଉତ୍ସାହ ଉଦ୍ଦୀପନାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.