ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମ ଶ୍ରେଣୀର ଅଭିଭାବକ, ଅଭିଭାବିକା ମାନଙ୍କ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି ପୃଥିରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ଶିଶୁର ଭାଷା ଶିକ୍ଷାରେ ପିତାମାତାଙ୍କ ଭୂମିକା ଉପରେ ମାର୍ଗଦର୍ଶନ କରିଥିଲେ । ଶିଶୁମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂଜୀବ ସାହୁ ଗୁରୁଜୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ମନ୍ଦାକିନୀ ତ୍ରିପାଠୀ ବିଷୟ ଉପସ୍ଥାପନ କରିଥିଲେ । ଦୁର୍ବାଦଳ ସାହୁ ଗୁରୁଜୀ, ଶିଶୁଙ୍କ ଶୈକ୍ଷିକ ବିଷୟରେ ସୂଚନା ପ୍ରଦାନ କରିଥିଲେ । ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ସୁଜାତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୬୨ ଜଣ ପିତାମାତାଙ୍କ ସମେତ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଶିକ୍ଷାଦାନ କରୁଥିବା ସମସ୍ତ ଗୁରୁଜୀ, ଗୁରୁମା ଉପସ୍ଥିତ ଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.