om academy

ଆମ୍ ଆଦମୀ ପାର୍ଟିର ସମୀକ୍ଷା ବୈଠକ ଅନୁଷ୍ଠିତ

jsm
  • ଭବାନୀ ସାହୁଙ୍କୁ ମିଳିଲା ରାଜ୍ୟ ସମ୍ପାଦକ (ସଂଗଠନ) ଦାୟିତ୍ୱ

ବରଗଡ଼, (ନିରୋଜ କୁମାର ପାଣୀ) : ସାଧାରଣ ନିର୍ବାଚନ ସମାପ୍ତି ପରେ ଆମ୍ ଆଦମୀ ପାର୍ଟି ସଂଗଠନ ନିର୍ମାଣ ଉପରେ ଧ୍ୟାନ ଦେଇଛି । ନିର୍ବାଚନରେ ଆଶାନୁରୂପ ପ୍ରଦର୍ଶନ ହୋଇନଥିଲେ ବି ପାର୍ଟି ନିଜର ଆଦର୍ଶ ଓ କାର୍ଯ୍ୟକୁ ନେଇ ଆଗକୁ ବଢ଼ିବ ବୋଲି କହିଛି । ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ରୋଜଗାର ପ୍ରସଙ୍ଗ ସହ ଏକ ସକାରାତ୍ମକ ବିପକ୍ଷର ଭୂମିକା ଗ୍ରହଣ କରିବ ବୋଲି କହିଛି । ସେହିପରି ପ୍ରତେକ ପରିବାରକୁ ୨୦୦ ୟୁନିଟ୍‌ ଫ୍ରି ବିଜୁଳି ଦେବା ଆମ୍ ଆଦମୀ ପାର୍ଟିର ଏକ ପ୍ରମୁଖ ମୁଦ୍ଦା ଥିଲା ଯାହାକି ଗତ ଦୁଇ ବର୍ଷ ହେଲା ଦାବୀ କରିଆସୁଥିଲା । ୨୦୨୪ ନିର୍ବାଚନରେ ବିଜେଡ଼ି ୧୦୦ ୟୁନିଟ୍‌ ଓ ବିଜେପି ୩୦୦ ୟୁନିଟ୍‌ ଫ୍ରି ବିଜୁଳି ଦେବାକୁ ନିଜର ଗ୍ୟାରେଣ୍ଟିରେ ସ୍ଥାନିତ କରିଥିଲା ଏହାକୁ ଆମ୍ ଆଦମୀ ପାର୍ଟିର ବିଜୟ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ଅତାବିରା, ଭଟଲି, ବରଗଡ଼ ବିଧାନସଭାରୁ କାର୍ଯ୍ୟ କର୍ତ୍ତାମାନେ ଏହି ବୈଠକରେ ଯୋଗ ଦେଇଥିଲେ । ରାଜ୍ୟ ସଂଗଠନକୁ ଆହୁରି ମଜବୁତ୍‌ କରିବା ପାଇଁ ଭବାନୀ ସାହୁଙ୍କୁ ରାଜ୍ୟ ସ୍ତରୀୟ ଦାୟିତ୍ୱ ଦେଇ ଥିବାରୁ ବରଗଡ଼ ଜିଲ୍ଲା ସଂଗଠନ ତରଫରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି । ବର୍ତ୍ତମାନ ରାଜ୍ୟ ସମ୍ପାଦକ (ସଂଗଠନ) ଭାବେ ତାଙ୍କୁ ବରଗଡ଼, ବଲାଙ୍ଗିର, କଳାହାଣ୍ଡି ଲୋକସଭାର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ସମ୍ପାଦକ ସ୍ୱରୂପ ଭୋଇ, ମାରିୟମ ବାର୍ଲା, ଅତାବିରା ବିଧାୟକ ପ୍ରାର୍ଥୀ ଜୟକ୍ରିଷ୍ଣା ଛୁରିଆ, ଭଟଲି ବିଧାୟକ ପ୍ରାର୍ଥୀ ଶାହାରୁଖ ଲୋଧିଆଙ୍କ ସହ ଯଦୁମଣି ପ୍ରଧାନ, ଗୌତମ ମହାନନ୍ଦ, ମମତା ବେହେରା, ସୁବଳ କହରା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ସେହିପରି ଭେଡେନ ବ୍ଲକରୁ ହିମାଂଶୁ ସାଗର ପାର୍ଟିରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.