oom

୨୦୨୪-୨୫ ଶିକ୍ଷାବର୍ଷର ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

jsmm

ତୁଷୁରା, (କେପିଏନ୍‌ଏସ୍‌) : ଚଳିତ ଶିକ୍ଷା ବର୍ଷ ୨୦୨୪-୨୫ର ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ରାଜ୍ୟର ପ୍ରତ୍ୟେକ କ୍ଲଷ୍ଟରରେ ଆଜି ଅନୁଷ୍ଠିତ ହେଉଥିବା ବେଳେ ଗୁଡଭେଲା ବ୍ଲକ୍‌ରେ ମଧ୍ୟ ସମସ୍ତ କ୍ଲଷ୍ଟରେ ଅନୁଷ୍ଠିତ ହୋଇଥିଲା । ତୁଷୁରା ଏନ୍. ଏ. ସି କ୍ଲଷ୍ଟର ସ୍ତରୀୟ ବୈଠକ ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବ ଚରଣ ବେହେରା ଯୋଗ ଦେଇଥିବା ବେଳେ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ କେଶବ ଚନ୍ଦ୍ର ମେହେର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗୁଡଭେଲା ବ୍ଲକ୍ ଶିକ୍ଷାଧିକାରୀ ରୁଷିଆ ମେହେର ଓ ଅତିରିକ୍ତ ଶିକ୍ଷାଧିକାରୀ ରମେଶ ଚନ୍ଦ୍ର ସାମର୍ଥ ଯୋଗ ଦେଇଥିଲେ । ପର୍ଯ୍ୟବେକ୍ଷକ ଭାବେ ବଲାଙ୍ଗିର ଡାଏଟ୍‌ର ଗୁଡଭେଲା ବ୍ଲକ୍ କୋଡିନେଟର୍ ଶ୍ରୀମତୀ ଏସ୍. ଏ. ମିତ୍ରା ଯୋଗଦେଇ ପେଡାଗୋଜି ସହଯୋଗ କରିଥିଲେ । ସ୍ଥାନୀୟ ସି. ଆର୍. ସି. ସି ଜଗମୋହନ ତ୍ରିପାଠୀ ଆର୍. ପି ଭାବେ ଯୋଗ ଦେଇ ପ୍ରାଞ୍ଜଳଭାବେ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ତୁଷୁରା ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭକ୍ତ ଚରଣ ଦାସ ତାଲିମ ପ୍ରଦାନରେ ସହଯୋଗ କରିଥିଲେ । ଏଥିରେ ପ୍ରଧାନ ଶିକ୍ଷକ ଦୁତିଆ ସେଠ, ମନ୍ମଥ ରାଜହଂସ, ଚନ୍ଦ୍ରଧ୍ଵଜ ମେହେର, ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପ୍ରଧାନ, ଗିତାଞ୍ଜଳି ପ୍ରଧାନ ତଥା ଏଫ୍. ଏଲ୍. ଏନ୍. ଶିକ୍ଷକ ପ୍ରମୋଦ କୁମାର ପୁରୋହିତ, ପୁରନ୍ ମେହେର, ତହସିଲ ଭୋଇ, ଶିକ୍ଷୟିତ୍ରୀ ବିନ୍ଧ୍ୟାପ୍ରଭା ନାଗ, ଗିରିଜା ଦୀପ, ମିଲି ପୁରୋହିତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପ୍ରଶାନ୍ତି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.