oom

ବୌଦ୍ଧ ସୀମାନ୍ତ ଗ୍ରାମରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ହରଭଙ୍ଗା, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େଣୀଗଡ଼ ଗ୍ରାମପଞ୍ଚାୟତ ଅଧିନସ୍ଥ ମାଧପୁର ଠାରେ ଥିବା କଲ୍ୟାଣ ମଣ୍ଡପରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହରଭଙ୍ଗା କଳିଙ୍ଗ ଟିଭି ରିପୋର୍ଟରଙ୍କ ଉଦ୍ୟମରେ ଆଦିବାସୀ ନେତା ସୁଶିଲ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଟ ଅଫ ଲିଭିଙ୍ଗ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ କର୍ଣ୍ଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ବେଦବର ପ୍ରଧାନ, କମିଶନ ଦେହୁରୀ ଯୋଗ ଦେଇଥିଲେ । ୨୦୧୩ ମସିହା ମେ’ ୧୭ ତାରିଖରୁ କିଟ୍ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଯୁଗାନ୍ତ କାରୀ ପଦକ୍ଷେପ ତଥା ସମାଜରେ ଏକ ଭିନ୍ନ ଚିନ୍ତାଧାରା ସୃଷ୍ଟି କରିଥିବା ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଚଳିତ ବର୍ଷ କିପରି ଦେଶ ବିଦେଶ ହେଉ ଅବା ଗାଁ ଗହଳିରେ ଉତ୍ସାହର ସହିତ ପାଳନ କରାଯାଇଛି ଏବଂ ଆର୍ଟ ଅଫ ଗିଭିଙ୍ଗ ଉଦ୍ଦେଶ୍ୟ ଏବଂ ମୂଳ ଲକ୍ଷ୍ୟ ସମ୍ପର୍କରେ ଅତିଥି ବୃନ୍ଦ ଆଲୋକପାତ କରିଥିଲେ । ନିଜ ସକ୍ଷମ ଅନୁଯାୟୀ ସର୍ବଦା ପାତ୍ରରେ ଦାନ ଭଳି କରି ସେବା ଦେବାରେ ଆନନ୍ଦ ନେବା ସହିତ ସେବା କରି ଅନ୍ୟ ମୁହଁରେ ହସ ଫୁଟାଇବା ପାଇଁ ସପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବକ, ଯୁବତୀ, ପୁରୁଷ, ମହିଳାମାନେ ବହୁ ସଂଖ୍ୟାରେ ସାମିଲ ହେବା ସହିତ ଏଭଳି ଏକ ମହତ୍ କାର୍ଯ୍ୟକ୍ରମର ମୂଳ ଦୁଆ ପକାଇଥିବା ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।

jittmm
Leave A Reply

Your email address will not be published.