om academy

ବଙ୍ଗୋମୁଣ୍ଡା ବ୍ଲକରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

jsm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଶ୍ୱ ସାରା ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଚଳିତ ବର୍ଷର ଥିମ୍‌ ରହିଛି ଲେଟ୍ସ ଆର୍ଟ ଅଫ ଗିଭିଙ୍ଗ । ଅର୍ଥାତ ଆର୍ଟ ଅଫ ଗିଭିଙ୍ଗ କ’ଣ ତାକୁ ଜାଣିବା ଓ ଅନ୍ୟ ମାନଙ୍କୁ ଜଣାଇବା । କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସାର ନିରନ୍ତର ପ୍ରୟାସରେ ୨୦୧୩ରୁ ଏହି ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ପାଳନ ହୋଇଆସୁଛି । ୧୧ ବର୍ଷ ଧରି ଆର୍ଟ ଅଫ ଗିଭିଙ୍ଗର ବାର୍ତ୍ତା ସାରା ବିଶ୍ୱରେ ଜାରି ରହିଛି । ରାଜ୍ୟ ଓ ଦେଶଙ୍କ ସମେତ ସାରା ବିଶ୍ୱ ପାଳନ କରୁଛି ଆର୍ଟ ଅଫ ଗିଭିଙ୍ଗ ବହୁତ ଧୂମ୍‌ଧାମ୍‌ରେ ପାଳନ କରାଯାଉଛି । ଡ. ଅଚ୍ୟୁତ ସାମନ୍ତଙ୍କ ଏହି ମହତ ଚିନ୍ତାଧାରା ଆର୍ଟ ଅଫ ଗିଭିଙ୍ଗକୁ ନେଇ ସାଧାରଣରେ ବହୁତ ପ୍ରଶଂସା ମିଳୁଛି । ଆଜି କଳିଙ୍ଗ ଟିଭି ପକ୍ଷରୁ ବଙ୍ଗୋମୁଣ୍ଡା ଠାରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ହୋଇଥିଲା କଣ୍ଟାବାଞ୍ଜି କଳିଙ୍ଗ ଟିଭି ପ୍ରତିନିଧି ଦୀପକ ଯାଦବଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ମିଶ୍ର, ବଙ୍ଗୋମୁଣ୍ଡା ସରପଞ୍ଚ ତଥା ସମାଜସେବୀ ଅଜିତ କୁମାର ଯୋଷୀ, ବଙ୍ଗୋମୁଣ୍ଡା ସାମ୍ବାଦିକ ସଙ୍ଘ ସଭାପତି ରଶ୍ମୀରଞ୍ଜନ ପୁଟେଲ, କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ, ଲୋକସକ୍ତି ଅନୁଷ୍ଠାନର ନିର୍ଦ୍ଦେଶକ ଅଜିତ କୁମାର ପ୍ରଧାନ, ବିଜେପି ନେତା ଥବିର ବାଗ, ସମାଜସେବୀ ଆନନ୍ଦ ଅଗ୍ରୱାଲ, ପୂର୍ବତନ ଜିଲ୍ଲା ପରିଷଦ ଲାଲଚନ ପୁଟେଲ, ବରିଷ୍ଠ ସାମ୍ବାଦିକ ଅଶୋକ ଖମାରୀ, ସାମ୍ବାଦିକ ଦୀପକ ପାଣିଗ୍ରାହୀ, ସାମ୍ବାଦିକ ସୁଶାନ୍ତ ବେହେରା, ପୀତବାସ ଜାନି, ବିଘ୍ନରାଜ ରାଉତ, ନେତ୍ରାନନ୍ଦ ସାହୁ, ଦୁଷ ସା, ସତ୍ୟନାରାୟଣ ପଶାୟତ, ପଦ୍ମନାଭ ବାରିକ ତଥା ବହୁତ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଉପସ୍ଥିତ ରହି ଆର୍ଟ ଅଫ ଗିଭିଙ୍ଗରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.