om academy

କେନ୍ଦ୍ର ଗୃହ ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀ ଠାରେ ଜାମ୍ମୁ-କାଶ୍ମୀରର ସୁରକ୍ଷା ପରିସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

jsm
  • ଜାମ୍ମୁ ଡିଭିଜନ୍‌ରେ କ୍ଷେତ୍ର ପ୍ରଭୂତ୍ୱ ଯୋଜନା ଏବଂ ଶୂନ୍ୟ ଆତଙ୍କବାଦ ଯୋଜନା ଜରିଆରେ କାଶ୍ମୀର ଉପତ୍ୟକାରେ ହାସଲ ହୋଇଥିବା ସଫଳତାକୁ ଦୋହରାଇବାକୁ ଏଜେନ୍ସିଗୁଡ଼ିକୁ କେନ୍ଦ୍ର ଗୃହ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି
  • ଅଭିନବ ଉପାୟରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦାହରଣ ସୃଷ୍ଟି କରିବାକୁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ
  • ମିଶନ ମୋଡରେ କାମ କରିବା ଏବଂ ସମନ୍ୱିତ ଢଙ୍ଗରେ ତ୍ୱରିତ ପ୍ରତିକ୍ରିୟା ସୁନିଶ୍ଚିତ କରିବାକୁ ଗୃହ ମନ୍ତ୍ରୀ ସମସ୍ତ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି
  • କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ, ଜାମ୍ମୁ- କାଶ୍ମୀରରେ ଆତଙ୍କବାଦ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ପର୍ଯ୍ୟାୟରେ ରହିଛି, ସାମ୍ପ୍ରତିକ ଘଟଣା ଦର୍ଶାଉଛି ଯେ, ଆତଙ୍କବାଦ ଅତ୍ୟନ୍ତ ସଂଗଠିତ ଆତଙ୍କବାଦୀ ହିଂସାରୁ କେବଳ ଛଦ୍ମ ଯୁଦ୍ଧରେ ପରିଣତ ହେବାକୁ ବାଧ୍ୟ ହୋଇଛି, ଆମେ ଏହାକୁ ମୂଳପୋଛ କରିବାକୁ ସଂକଳ୍ପବଦ୍ଧ
  • ଅମିତ ଶାହ ସୁରକ୍ଷା ଏଜେନ୍ସିମାନଙ୍କ ମଧ୍ୟରେ ନିରବଚ୍ଛିନ୍ନ ସମନ୍ୱୟ, ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିବା ଏବଂ ସେହି ଅଞ୍ଚଳର ସୁରକ୍ଷା ଭଳି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ଦୋହରାଇ ଗୃହ ମନ୍ତ୍ରୀ କହିଥିଲେ ଯେ, ଜାମ୍ମୁ-କାଶ୍ମୀରରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସରକାର କୌଣସି ଉପାୟ ଛାଡ଼ିବେ ନାହିଁ
  • ଜାମ୍ମୁ-କାଶ୍ମୀରରେ ଲୋକସଭା ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟର ଅଂଶଗ୍ରହଣ କରିଥିବା ବେଳେ ଏହା ସଫଳ ଭାବେ ସମ୍ପନ୍ନ ହୋଇଥିବାରୁ ସୁରକ୍ଷା ଏଜେନ୍ସି ଏବଂ ଜାମ୍ମୁ-କାଶ୍ମୀର ପ୍ରଶାସନକୁ ପ୍ରଶଂସା କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀ ଠାରେ ଜାମ୍ମୁ-କାଶ୍ମୀରର ସୁରକ୍ଷା ପରିସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ-କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା, ସେନାମୁଖ୍ୟ ଜେନେରାଲ୍‌ ମନୋଜ ପାଣ୍ଡେ, କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ, ସେନା ମୁଖ୍ୟ (ଅଧିକାରପ୍ରାପ୍ତ) ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ସିଏପିଏଫର ମହାନିର୍ଦ୍ଦେଶକ, ଜାମ୍ମୁ-କାଶ୍ମୀରର ମୁଖ୍ୟ ଶାସନ ସଚିବ, ଜାମ୍ମୁ-କାଶ୍ମୀରର ଡିଜିପିଙ୍କ ସମେତ ବରିଷ୍ଠ ସେନା ଅଧିକାରୀମାନେ ଉପସ୍ଥିତ ଥିଲେ । ଜାମ୍ମୁ ଡିଭିଜନରେ କ୍ଷେତ୍ର ପ୍ରଭୂତ୍ୱ ଯୋଜନା (ଏରିଆ ଡୋମିନେସନ ପ୍ଲାନ୍) ଏବଂ ଶୂନ୍ୟ ଆତଙ୍କବାଦ ଯୋଜନା (ଜିରୋ ଟେରର ପ୍ଲାନ୍) ଜରିଆରେ କାଶ୍ମୀର ଉପତ୍ୟକାରେ ହାସଲ ହୋଇଥିବା ସଫଳତାକୁ ଦୋହରାଇବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ସୁରକ୍ଷା ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଅଭିନବ ଉପାୟରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ଉଦାହରଣ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ଶାହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଅମିତ ଶାହ ସମସ୍ତ ସୁରକ୍ଷା ଏଜେନ୍ସିମାନଙ୍କୁ ମିଶନ ମୋଡରେ କାର୍ଯ୍ୟ କରିବାକୁ ଏବଂ ସମନ୍ୱିତ ଢଙ୍ଗରେ ତ୍ୱରିତ ପ୍ରତିକ୍ରିୟା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ, ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ପର୍ଯ୍ୟାୟରେ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାମ୍ପ୍ରତିକ ଘଟଣାରୁ ଜଣାପଡ଼ୁଛି ଯେ ଆତଙ୍କବାଦ ଅତ୍ୟନ୍ତ ସଂଗଠିତ ଆତଙ୍କବାଦୀ ହିଂସା ଭଳି କାର୍ଯ୍ୟରୁ କେବଳ ଛଦ୍ମ ଯୁଦ୍ଧରେ ପରିଣତ ହେବାକୁ ବାଧ୍ୟ ହୋଇଛି । ଏହାକୁ ମଧ୍ୟ ମୂଳପୋଛ କରିବାକୁ ଆମେ ସଂକଳ୍ପବଦ୍ଧ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ଅମିତ ଶାହ ସୁରକ୍ଷା ଏଜେନ୍ସିମାନଙ୍କ ମଧ୍ୟରେ ନିରବଚ୍ଛିନ୍ନ ସମନ୍ୱୟ, ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିବା ଏବଂ ସେହି ଅଞ୍ଚଳର ସୁରକ୍ଷା ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ଦୋହରାଇ ଗୃହ ମନ୍ତ୍ରୀ କହିଛନ୍ତି ଯେ, ଜାମ୍ମୁ-କାଶ୍ମୀରରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସରକାର କୌଣସି ଉପାୟ ଛାଡ଼ିବେ ନାହିଁ । କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ, ଭାରତ ସରକାରଙ୍କ ପ୍ରୟାସ କାଶ୍ମୀର ଉପତ୍ୟକାରେ ବହୁତ ସକାରାତ୍ମକ ଫଳାଫଳ ଆଣିଛି ଏବଂ ଆତଙ୍କବାଦ ସମ୍ବନ୍ଧୀୟ ଘଟଣାରେ ଉଲ୍ଲେଖନୀୟ ହ୍ରାସ ଘଟିଛି । କାଶ୍ମୀର ଉପତ୍ୟକାକୁ ପର୍ଯ୍ୟଟକଙ୍କ ରେକର୍ଡ ପ୍ରବାହ ହେବା ଆଇନଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ହୋଇଥିବା ପ୍ରତିଫଳିତ ହେଉଛି ବୋଲି ସେ ଉଲ୍ଲେଖ କରିଛନ୍ତି । ଜାମ୍ମୁ-କାଶ୍ମୀରରେ ଲୋକସଭା ନିର୍ବାଚନରେ ରେକର୍ଡ ମତଦାନ ହୋଇଥିବାବେଳେ ଏହା ସଫଳ ଭାବେ ସମ୍ପନ୍ନ ହୋଇଥିବାରୁ ସୁରକ୍ଷା ଏଜେନ୍ସି ଏବଂ ଜାମ୍ମୁ-କାଶ୍ମୀର ପ୍ରଶାସନକୁ ଶ୍ରୀ ଶାହ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.