
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗଡ଼ ମୋଟରୀ ସ୍ଥାନୀୟ ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ପ୍ରାଙ୍ଗଣରେ ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦ ତରଫରୁ କବିତା ଆସର ଓ ରଜ ଉତ୍ସବ ପାଳନ କରାଯାଇଛି । ରଜର ପ୍ରଥମ ଦିନରେ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ମନୋରଞ୍ଜନ ପ୍ରତିଯୋଗୀତା ପୁଚି, ଅଳତା ଲଗା, ମେହେନ୍ଦି ଲଗାଇବା ଓ ବେଲୁନ ଫୁଙ୍କା ପ୍ରତିଯୋଗୀତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିସହିତ ରଜ କବିତା ଆସର ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ହୋଇଥିଲା । ଏଥିରେ କୁନିକୁନି କବିମାନେ ଓ ଶିଶୁ ସାହିତ୍ୟିକ, କବି ମାନେ ରଜ କବିତା ପାଠ କରିଥିଲେ । ଏଥିରେ ସ୍ୱତନ୍ତ୍ର ରଜ ଦୋଳିର ଆୟୋଜନ ହୋଇଥିଲା । ଏହି ଅବସରରେ ଏକ ସଭାକାର୍ଯ୍ୟର ଆୟୋଜନ କରାଯାଇଥିଲା । ବରିଷ୍ଠ ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ମଙ୍ଗରାଜ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଡାକ୍ତର ପ୍ରଭାସ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ରୋହିତ ଚମ୍ପତି, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ, ମଙ୍ଗୁଳି ପରିଡ଼ା, କବୟିତ୍ରୀ ସରୋଜିନୀ ଜେନା, ଶିକ୍ଷକ ଦିଲ୍ଲୀପ ବେହେରା ପ୍ରମୁଖ ଯୋଗଦେଇ ରଜ ପର୍ବର ମାହାତ୍ମ୍ୟ ଉପରେ ଆଲୋକ ପାତ କରିବା ସହ ରଜ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଶିଶୁ କିଶୋରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ନିବେଦିତା ଜେନା, ଲକ୍ଷ୍ମୀ ପ୍ରିୟା ଜୟସିଂହ, ବିଜୟଲକ୍ଷ୍ମୀ ଜେନା, ସୁଭଦ୍ରା ନାୟକ, ସୁଭସ୍ମିତା ବେହେରା ଓ ନନ୍ଦିନୀ ମଙ୍ଗରାଜ, ମିଲିନାସାହୁ ପ୍ରମୁଖ ସହଯୋଗ କରିଥିଲେ । ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ପ୍ରତିଷ୍ଠାତା ତଥା ଗ୍ରାମ୍ୟ ରମ୍ୟ ପତ୍ରିକାର ସମ୍ପାଦିକା ଲକ୍ଷ୍ମୀ ପ୍ରିୟା ଦାସ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ଶିକ୍ଷାବିତ୍ ଗୋପାଳ ଚନ୍ଦ୍ର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।