ଗୁଠୁର୍ଲା ଗ୍ରାମରେ ୧୭ତମ ଶୀତଳ ଷଷ୍ଠୀ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗୁଠୁର୍ଲା ଗ୍ରାମରେ ୧୭ତମ ଶୀତଳ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଯାଇଛି । ବହୁ ଧୁମ୍‌ଧାମ୍‌ରେ ଏ ବର୍ଷ ଶିବପାର୍ବତୀଙ୍କ ବାହାଘର, ମିନାବଜାର, ପରାୟଣ, ତାଡ଼କାସୁର ଦରବାର, ଅପେରା କାର୍ଯ୍ୟକ୍ରମ ହୋଇଥିଲା । ଏହି ପୂଜାରେ ପୁସ୍ତମ ଆମରି ଓ ତାଙ୍କ ଧର୍ମପତ୍ନୀ ଏବଂ କନ୍ୟାପକ୍ଷ ସୁବଳ ମେହେର ଓ ତାଙ୍କ ଧର୍ମପତ୍ନୀ ନିଳେନ୍ଦ୍ରି ମେହେର କାର୍ଯ୍ୟ ଭାର ତୁଲାଇ ଥିଲେ । ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଏଥର ମୁକ୍ତ ଖୋଲାମଞ୍ଚରେ ତାଡ଼କା ଭୂମିକାରେ ବୁଲୁ ମେହେର ଅଭିନୟ କରି ଦର୍ଶକ ମାନଙ୍କ ମନମୋହି ହୋଇଥିଲେ । ଏବର୍ଷ ପୂଜା କମିଟିର ସଭାପତି ରାଜ କୁମାର ସାହୁ, ସମ୍ପାଦକ ଲୋକନାଥ ପଧାନ, ଅଭିମନ୍ୟୁ ମେହେର, ଗକୁଳାନନ୍ଦ ଅମରୀ, ଆକାଶ ପଧାନ, ଦୀପକ ସାହୁ, ମନୋଜ ସାହୁ, ଭୋଳାନାଥ ମେହେର, ମିଳୁ ମେହେରଙ୍କ ସମେତ ଗ୍ରାମବାସୀଙ୍କ ସହଯୋଗରେ ପୂଜା ସମ୍ପୂର୍ଣ୍ଣ ହୋଇଥିଲା । ଏଥର ପାଗ ଅନୁକୂଳ ଥିବାରୁ ଲୋକଙ୍କ ବହୁତ ଭିଡ଼ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.