ମୁରିବାହାଲ ଶୀତଳଷଷ୍ଠୀ ପାଇଁ ଥାଳ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ସଦର ମହକୁମାରେ ଚଳିତ ବର୍ଷର ଶୀତଳଷଷ୍ଠୀ କାର୍ଯ୍ୟକ୍ରମ ପାଇଁ ରାଧାକୃଷ୍ଣ ଓ ଶିବ ମନ୍ଦିରରେ ଶିବପାର୍ବତୀଙ୍କ ଥାଳ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷର ବର ପିତାମାତା ରୂପେ ମୁରିବାହାଲ, ବଜାର ପଡ଼ାର ସୁଦର୍ଶନ ସାହୁ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଜ୍ୟୋତି ସାହୁ ଥିବା ବେଳେ କନ୍ୟା ପିତାମାତା ରୂପେ ପାଖ ଯମୁନା ଗ୍ରାମର ଛନ୍ଦାଚରଣ ପାତ୍ର ଓ ତାଙ୍କ ଧର୍ମପତ୍ନୀ ଅନିତା ପାତ୍ର ଦାୟିତ୍ଵ ନିର୍ବାହ କରୁଛନ୍ତି । ସନ୍ଧ୍ୟାରେ ଅନୁଷ୍ଠିତ ଥାଳ ଉଠାଣ କାର୍ଯ୍ୟକ୍ରମରେ ବର ପିତାମାତା, ମହିଳା ସଙ୍କୀର୍ତ୍ତନ୍ୟ ଦଳ ଓ ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା,ସଦସ୍ୟ ତଥା ମନ୍ଦିରର ପୂଜକ ଟିକୁ ଥନାପତିଙ୍କ ଦ୍ୱାରା ନଗର ପରିକ୍ରମା କରାଯାଇଥିଲା । ଏଥିରେ ଆୟୋଜକ ରାଧାକୃଷ୍ଣ ଓ ଶିବ ମନ୍ଦିର ପରିଚାଳନା କମିଟି ସଭାପତି ରାଜୀବ କୁମାର ମହାନ୍ତି, ଉପସଭାପତି ଭୀଷ୍ମରାଜ ମେହେର, ସମ୍ପାଦକ ସୁଧୀର କୁମାର ପାଣି, କୋଷାଧ୍ୟକ୍ଷ କୃତ୍ତିବାସ ଦାସ, ଉପଦେଷ୍ଟା ତରୁଣ ପୋଡ଼, ଚିନ୍ତାମଣି ମହାରଣା, ପ୍ରବୀର କମ୍ପ, ସଦସ୍ୟ କୁନ୍ତ ପୋଡ଼, ହୃଦାନନ୍ଦ ସାହୁ, ଗୋବିନ୍ଦ ସାହୁ, ମଧୁସୁଦନ ନାଗଙ୍କ ସହ ବହୁ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ଚଳିତ ବର୍ଷର ଶୀତଳଷଷ୍ଠୀ ଯାତ୍ରାକୁ ମହାଆଡମ୍ବର ସହକାରେ ପାଳନ କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ ପାଇଛି ।

Leave A Reply

Your email address will not be published.