oom

ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଟାଉନ୍‌ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଡ. ମିଶ୍ର ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ପରେ ତାଙ୍କ ନିର୍ଦ୍ଦେଶରେ ସାଧାରଣ ସଂପାଦକ ମଧୁସୂଦନ ନାୟକ ଗତ ସାଧାରଣ ପରିଷଦ ବୈଠକ ଓ କାର୍ଯ୍ୟକାରୀ କମିଟିର ବୈଠକର ବିବରଣୀ ପାଠ କରିଥିଲେ । ସଭାପତି କୋଷାଧ୍ୟକ୍ଷ ଓ ସଂପାଦକଙ୍କ ନାମରେ ପାସ୍‌ବୁକ୍‌ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେବା ସହିତ ସମ୍ବିଧାନ ସଂଶୋଧନ ପୂର୍ବରୁ ଯେଉଁ ସଦସ୍ୟମାନେ ସମ୍ବିଧାନ କପି ନେବାକୁ ଚାହୁଁଛନ୍ତି ସେମାନେ ଅନିଲ କମ୍ପ୍ୟୁଟର ଟିକ୍ରାପଡା ଜେରେକ୍ସ କରି ନେଇ ପାରିବେ ବୋଲି ସୂଚନା ଦେଇଥିଲେ । ପ୍ରଫେସର ମଧୁସୂଦନ ପତି ଉଦ୍‌ବୋଧନ ଦେଇ କହିଥିଲେ ଯେ, ଯେହେତୁ ନାଗରିକ କମିଟି ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ସମସ୍ତେ ଶାଳୀନତା ରକ୍ଷା କରି ବଲାଙ୍ଗିରର ଉନ୍ନତି କଳ୍ପେ କାର୍ଯ୍ୟ କରିବା ଉଚିତ୍‌ । ପ୍ରତି ପଡାରେ ଏହାର ଗୋଟିଏ ଲେଖାଏଁ ବିଭାଗ ଖୋଲାଯାଉ ବୋଲି ପ୍ରସ୍ତାବ ରଖିବା ସହିତ ସମ୍ବିଧାନ ସଂଶୋଧନ ସମୟରେ ବଲାଙ୍ଗିରର ସାଂସ୍କୃତିକ ଓ ସାମାଜିକ ଉନ୍ନତିକୁ ଆଖି ଆଗରେ ରଖିବାକୁ ପରାମର୍ଶ ଦେଇଥିଲେ । ପରେ ପରେ ଗଳି ରାସ୍ତାମାନଙ୍କରେ ଆଲୁଅ ବ୍ୟବସ୍ଥା, ବଲାଙ୍ଗିର ସ୍ଥାନରେ ବଲାଙ୍ଗିରର ବ୍ୟବହାର, ନାଗରିକ କମିଟିର ସମ୍ବିଧାନକୁ ଡାଏରି ଆକାରରେ ପ୍ରକାଶ, ସମ୍ବିଧାନ ସଂଶୋଧନ ପାଇଁ ସଦସ୍ୟମାନଙ୍କର ଲିଖିତ ପ୍ରସ୍ତାବ, ଲୋୟର ସୁକତେଲ ବିସ୍ଥାପିତମାନଙ୍କ ସମସ୍ୟାର ସମାଧାନ, ଇଲେକ୍ଟ୍ରିସିଟି ସମସ୍ୟା, କଚରୀ ଛକ ନିକଟରେ ଚିକେନ୍‌ ଦୋକାନ ଜନିତ ପ୍ରଦୂଷଣ, ରମାଇ ଟକିଜରୁ ଡେର୍ଲିମାର୍କେଟ ପର୍ଯ୍ୟନ୍ତ ରୋଡ୍‌ ତିଆରି ପ୍ରଭୃତି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । କାର୍ଯ୍ୟକାରି କମିଟି ବୈଠକ ଓ ସାଧାରଣ ପରିଷଦ ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା ଯେ ସଦସ୍ୟ ଗ୍ରହଣ କରିବାର ମାନଦଣ୍ଡ ନିର୍ଦ୍ଧାରଣ ନହେବା ପର୍ଯ୍ୟନ୍ତ ନୂତନ ସଭ୍ୟ ଗ୍ରହଣ କରାଯିବ ନାହିଁ କିନ୍ତୁ ମାନଦଣ୍ଡ ନିର୍ଦ୍ଧାରଣ ପର୍ଯ୍ୟନ୍ତ ପ୍ରଚଳିତ ବିଧି ଅନୁସାରେ ସଭ୍ୟ ଗ୍ରହଣ କରାଯାଉ ବୋଲି କେତେକ ସଦସ୍ୟ ଦାବି କରିଥିଲେ । ଯେହେତୁ ଏହା ସାଧାରଣ ପରିଷଦ ବୈଠକରେ ସିଦ୍ଧାନ୍ତ ନିଆଯାଇଛି ତେଣୁ ଆଗାମୀ ସାଧାରଣ ପରିଷଦ ବୈଠକରେ ଏହାକୁ ଏଜେଣ୍ଡଭୁକ୍ତ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସଭାପତି ଘୋଷଣା କରିଥିଲେ । ସଦସ୍ୟ ଶରତ ଚନ୍ଦ୍ର ହୋତା, ମନରଂଜନ ସାହୁ, ଗୋପବନ୍ଧୁ ପୁରୋହିତ, ପ୍ରଶାନ୍ତ ପଟ୍ଟନାୟକ, ଦ୍ୱାରିକାନାଥ ପଟେଲ, ନରେଶ କୁମାର ଦାଶ, ନରେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଆଲୋଚନାରେ ବିଶେଷ ଭାବରେ ଅଂଶଗ୍ରହଣ କରିଥିଲେ । ଶେଷରେ ସହ ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.