
- ଏକ ଲକ୍ଷ ମଞ୍ଜି ଗୋଲା ଚାରା ରୋପଣ ଲକ୍ଷ୍ୟ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମିଶନ ଶକ୍ତି କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୨୦ରୁ ଉର୍ଦ୍ଧ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରକାରର ପାରମ୍ପରିକ ପିଠା, ମିଠା, ମାଣ୍ଡିଆରେ ପ୍ରସ୍ତୁତ ସାମଗ୍ରୀ ଆଦି ତିଆରି କରିଥିଲେ । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଏଲଏମ ବିପିଏମ ଡ ଗୋପାଳକୃଷ୍ଣ ଦୀପଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ରୂପେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର,ସମ୍ମାନିତ ଅତିଥି ରୂପେ ବିଡ଼ିଓ ବାସନ୍ତୀ ସେଠୀ, ସିଡ଼ିପିଓ ପୂର୍ଣ୍ଣିମା ବୈଠାରୁ, ବିଧାୟକଙ୍କ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ସାଂସଦଙ୍କ ପ୍ରତିନିଧି ଶ୍ରୀବତ୍ସ ବେହେରା ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଏସଏଚଜି ମହିଳାମାନଙ୍କ ଦ୍ଵାରା ଏହି ଅଞ୍ଚଳର ପାରମ୍ପରିକ ଖାଦ୍ୟର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାରକଙ୍କ ଦ୍ଵାରା ମୁରିବାହାଲର ରାଧାରାଣୀ ଏସଏଚଜି ଶ୍ରେଷ୍ଠ ବିବେଚିତ ହୋଇ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ ହୋଇଥିଲେ । ଏହି ଅବସରରେ ଓଏଲଏମ କୃଷିମିତ୍ରଙ୍କ ସହଯୋଗରେ ପରିବେଶ ସୁରକ୍ଷା ତଥା ବନୀକରଣ ପାଇଁ ଏକ ଲକ୍ଷ୍ୟରୁ ଅଧିକ ମଞ୍ଜି ଗୋଲାକୁ ରୋପଣ କରାଯିବା କାର୍ଯ୍ୟକ୍ରମକୁ ମଧ୍ୟ ଉଦଘାଟନ କରାଯାଇଥିଲା ।ଆଜିର କାର୍ଯ୍ୟକ୍ରମରେ ବିଏଲସି ବ୍ରଜମୋହନ ସ୍ଵାଇଁ, ବିପିଏ ବଳରାମ ଭୋଇ, ସମସ୍ତ ଓଏଲଏମ ଷ୍ଟାଫ, ଏମବିକେ, ସିଆରପି, କେଏମ, ପିଏମ୍, ବିଏମ୍ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ବିପିସି ଉଜ୍ଜଳ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।