ଦନ୍ଦ୍ରା କେନ୍ଦ୍ର ଡୁମାଳ ସମାଜର ମାସିକ ବୈଠକ ଜାନିପଡା ମାହେଶ୍ୱରୀ ମନ୍ଦିରରେ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ଜାନିପଡା ମାଁ ମାହେଶ୍ୱରୀ ମନ୍ଦିର ପରିସରରେ ଦନ୍ଦ୍ରା କେନ୍ଦ୍ର ଷାଠିଏ ଘର ଡୁମାଳ ସମାଜର ଏକ ମାସିକ ବୈଠକ ସଭାପତି ଭୋପାଳ ଚନ୍ଦ୍ର ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରର କେତେକ ସାମାଜିକ ସମସ୍ୟାର ସମାଧାନ କରିବା ସହିତ ମହତ୍ୱପୂର୍ଣ୍ଣ ପଦକ୍ଷେପ ସବୁ ନିଆଯାଇଥିଲା । ସମାଜର ଗରିବ ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ସାହାଯ୍ୟ ପାଇଁ ପରିବାର ପିଛା ଦଶଟଙ୍କା ସଂଗ୍ରହ କରିବା, ଘରଦେଖା ଓ ପିଠାଖିଆରେ ଲୋକଙ୍କ ସଂଖ୍ୟାକୁ ସିମିତ ରଖିବା, ଲୋକଙ୍କ ପାରିବାରିକ ତଥା ସାମାଜିକ ସମସ୍ୟାକୁ ସମାଜ ମାଧ୍ୟମରେ ଆପୋଷ ଆଲୋଚନା କରି ସମାଧାନ କରିବା ଇତ୍ୟାଦି ନିଷ୍ପତି ନିଆଯାଇଥିଲା । ଏହା ସହିତ ବ୍ରାହ୍ମଣୀ ଓ ବାହାଡୁକୀ ଦୁଇ ଗାଁର‌ ଅଠେଇଶଟି ପରିବାରକୁ ନେଇ ଗୋଟିଏ ପଙ୍ଗତରେ ପରିଣତ କରାଯାଇଥିଲା । ବୈଠକରେ କେନ୍ଦ୍ର ସଂପାଦକ ଫକୀର ମୋହନ ଖମାରୀ, କୋଷାଧ୍ୟକ୍ଷ ଉମାକାନ୍ତ ଖମାରୀ, ବରିଷ୍ଠ ସଦସ୍ୟ ହୃଦାନନ୍ଦ କର୍ମୀ, ଅନନ୍ତ ବଘାର, ଦିଲ୍ଲୀପ ବସ୍ତିଆ, ସଂଗଠକ ମାଲିକ ମହାକୁର, ହେମସାଗର ବସ୍ତିଆ, ନକୁଳ ଗଡୁଆ, ବଦ୍ରିନାରାୟଣ କର୍ମୀ, ମିନିକେତନ ମହାକୁର, ସନାତନ ପଧାନ, ଶରତ ଅମାତ, ସତ୍ୟବାନ୍ ପଧାନ, ଦଶରଥ ପଧାନ, ପରମାନନ୍ଦ ବସ୍ତିଆ, ରମେଶ ପଧାନ, ବୈକୁଣ୍ଠ ପଧାନ, କିଶୋର ପଧାନ, ସନାତନ ଅମାତଙ୍କ ସହ କେନ୍ଦ୍ର ଅନ୍ତର୍ଗତ ବିଭିନ୍ନ ଗ୍ରାମର ସମାଜର କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.