
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରି କମିଟିର କାର୍ଯ୍ୟକାରୀ କମିଟିର ମାସିକ ବୈଠକ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ରେଲ ଉପଭୋକ୍ତ ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଡ. ଶ୍ରୀକର ମିଶ୍ର ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ କରିବା ପରେ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସାଧାରଣ ସଂପାଦକ ମଧୁସୁଦନ ନାୟକ ଗତ ତା.୦୬.୦୪.୨୦୨୪ ରେ ହୋଇଥିବା ସାଧାରଣ ସଭାର ବିବରଣୀ ପାଠ କରିଥିଲେ । କାର୍ଯ୍ୟକାରୀ କମିଟି ନେବାକୁ ଥିବା ପଦକ୍ଷେପ ସଂପର୍କରେ ଏଠାରେ ଆଲୋଚନା ହୋଇଥିଲା । ସମ୍ବିଧାନ ସଂଶୋଧନ କମିଟି ଗଠନ କରିବା ପୂର୍ବରୁ ସମ୍ବିଧାନର କେଉଁ କେଉଁ ଧାରା କାଟିବା ଦରକାର ଅଛି ବା ବଦଳାଇବାକୁ ପଡିବ ଏବଂ ନୁଆଁ କିଛି ଧାରା ଯୋଡିବାକୁ ହେବ ଏହି ପ୍ରସ୍ତାବ ଦେବାକୁ ସମସ୍ତ ସଭ୍ୟଙ୍କୁ ଆସନ୍ତା ସାଧାରଣ ସଭାରେ ଅନୁରୋଧ କରିବାକୁ କରାଯିବାକୁ ସ୍ଥିର ହେଲା । ସଦସ୍ୟତା ନବୀକରଣ ଆସନ୍ତା ସାଧାରଣ ସଭା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଇତି ମଧ୍ୟରେ କେତେ ଜଣ ସଭ୍ୟ ତାଙ୍କର ସଦସ୍ୟତା ନବୀକରଣ କରିଛନ୍ତି । ଯେଉଁମାନେ ଆସନ୍ତା ସାଧାରଣ ସଭା ତା.୦୪.୦୫.୨୦୨୪ ସୁଦ୍ଧା ସଦସ୍ୟତା ନବୀକରଣ କରିପାରିବେ ନାହିଁ ତାଙ୍କ ସଦସ୍ୟତା ରଦ୍ଦ ହେବ ବୋଲି ନିଦ୍ଧାରଣ କରାଗଲା । ନାଗରିକ କମିଟିର ଏକ ସ୍ୱତନ୍ତ୍ର ଟିମ୍ ପିଏଚ୍ଡି ଅଫିସ, ଜିଲ୍ଲା ଶିକ୍ଷାଧିଶ କାର୍ଯ୍ୟାଳୟ, ହସ୍ପିଟାଲ୍ ଓ ମ୍ୟୁନିସିପାଲଟି ଯାଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିବା ବିଷୟ ଏଠାରେ ଅବଗତ କରାଗଲା । ନିର୍ଦ୍ଧାରଣ କରାଗଲା ଯେ ଏଣିକି ବିଭିନ୍ନ ଅଫିସକୁ ସ୍ୱତନ୍ତ୍ର ଟିମ୍ ନଯାଇ ସବ୍ କମିଟିମାନେ ଆଲୋଚନା ପାଇଁ ଯିବେ । ଆବାହକ ଜାହିଁଲେ ଅନ୍ୟ ସଦସ୍ୟମାନଙ୍କୁ ତାଙ୍କ ଟିମ୍ରେ ସାମିଲ କରିପାରିବେ । ଗତ ସାଧାରଣ ସଭାର ନିଷ୍ପତ୍ତି ଅନୁଯାୟୀ ସ୍ଥିର କରାଗଲା ଯେ ନୂତନ ସଭ୍ୟ ଗ୍ରହଣ କରିବା ମାନଦଣ୍ଡ ନିର୍ଦ୍ଧାରଣ ନହେବା ପର୍ଯ୍ୟନ୍ତ ନୂତନ ସଭ୍ୟ ଗ୍ରହଣ କରାଯିବ ନାହିଁ । ସାଧାରଣ ସଭାରେ ଉତ୍ଥାପନ ହୋଇଥିବା ବିଭିନ୍ନ ସମସ୍ୟା ସମାଧାନ ପାଇଁ ସଂପୃକ୍ତ ବିଭାଗମାନଙ୍କୁ ଜଣାଇବା ପାଇଁ ସାଧାରଣ ସଂପାଦକ ଓ ସଂପୃକ୍ତ ସବ୍ କମିଟିର ଆବାହକମାନଙ୍କୁ ଅନୁରୋଧ କରାଗଲା । ସଭା ପରିଜାଳନା ପାଇଁ ସମ୍ବିଧାନ ଓ ଆଇନ ସବ୍ କମିଟି ଦେଇଥିବା ନିୟମାବଳି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ନିୟମାବଳିଟି ସର୍ବସମ୍ମତି କ୍ରମେ ଗୃହିତ ହୋଇ ଆସନ୍ତା ସାଧାରଣ ସଭାରେ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ଏକକିତା ଲେଖାଏଁ ବଣ୍ଟନ କରିବାକୁ ନିଦ୍ଧାରଣ କରାଗଲା । ଆଲୋଚନାରେ ବିଷେଶ ଭାବରେ ସଦସ୍ୟ ଗୋପବନ୍ଧୁ ପୁରୋହିତ, ଧର୍ମବ୍ରତ ରଥ, ଗୌରଚନ୍ଦ୍ର ପୁରୋହିତ, ଶରତ ମହାକୁର, ଋତୁରାଜ ସିଂ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।