ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା ଶିବିର ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଅଧ୍ୟକ୍ଷ ଡକ୍ଟର ପବିତ୍ର ମୋହନ ସାମଲଙ୍କ ତତ୍ତ୍ୱାବଧାନରେ ଓଡିଶା ଆଦର୍ଶ ବିଦ୍ୟାଳୟ, ପଥରଚେପା ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଛି । ଉକ୍ତ ଶିବିରରେ ଅତିରିକ୍ତ ଜିଲ୍ଲା ନ୍ୟାୟାଧିଶ (ପୋକ୍କୋ), ବଲାଙ୍ଗିର ଗୋପବନ୍ଧୁ ଗଡନାୟକ ଯୋଗଦାନ ଦେଇ ପୋସ୍କ ଆଇନ ସଂବନ୍ଧରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ପବିତ୍ରାନନ୍ଦ ପ୍ରଧାନ କିଶୋର ଅଧିନିୟମ ଓ ନାଗରିକଙ୍କର ମୌଳିକ ଅଧିକାର ସହିତ ଛାତ୍ରଛାତ୍ରୀ ମାନଙ୍କର ରାଷ୍ଟ୍ରପ୍ରଗତିରେ ଥିବା ଭୂମିକା ଏବଂ ପ୍ରାଧିକରଣ ଦ୍ୱାରା ଦିଆଯାଉଥିବା ମାଗଣା ଆଇନ ସେବା ସଂପର୍କରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ଶ୍ରୀମତୀ ସସ୍ମିତା ବାରିକ ଉପ ଆରକ୍ଷୀ ଅଧିକ୍ଷିକ, ବଲାଙ୍ଗିର ଉକ୍ତ ଆଇନ ଉପରେ ପୁଲିସ୍ ବିଭାଗର ଦାୟିତ୍ୱ ଏବଂ କର୍ତବ୍ୟ ଓ ବିପଦ ଆସିବା ଆଗରୁ କିପରି ସତର୍କତା ଅବଲମ୍ବନ କରିବା ତାହା ସଂବନ୍ଧରେ ଆଲୋକପାତ କରିଥିଲେ । ଏହି ଶିବିର ସିଡବ୍ଲ୍ୟୁସିର ସଭ୍ୟ ଏସ୍ ଲତାଶ୍ରୀ ସିଡବ୍ଲ୍ୟୁସିର ଦାୟିତ୍ୱ ଉପରେ ସୂଚନା ପ୍ରଦାନ କରିଥିଲେ । ଏହି ଶିବିରର ପରିଚାଳନା ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର କରିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ପରିଶେଷରେ ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣଙ୍କ ଥିମ୍ ଗିତ ପରିବେଷଣ କରାଯାଇଥିଲା ଓ ନିଶୁଳ୍କ ଆଇନ ସେବା ସଂଖ୍ୟା ୧୫୧୦୦ର ପ୍ରଚାର ପ୍ରସାର କରାଯାଇଥିଲା ।
Prev Post
Next Post