lika

କର୍ଲାପଡା ଡିଗ୍ରୀ ମହାବିଦ୍ୟାଳୟ ଇତିହାସ ବିଭାଗର ଛାତ୍ରୀ ମାନଙ୍କ ସ୍ୱତନ୍ତ୍ର ଅଧ୍ୟୟନ ଓ ଗବେଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ

gbag

ବଙ୍ଗୋମୁଣ୍ଡା /ଭବାନୀପାଟଣା, (ଅର୍ଜୁନ କୁମାର ହଂସ) : କଳାହାଣ୍ଡି ଜିଲ୍ଲା କର୍ଲାପଡା ଡିଗ୍ରୀ ମହାବିଦ୍ୟାଳୟ ଇତିହାସ ବିଭାଗର ସମ୍ମାନ ଛାତ୍ରୀ ଅଧ୍ୟାପକ ରଂଜିତ ମେହେର ବିଭାଗୀୟ ମୁଖ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମନ୍ଦିର ମାଳିନୀ ଭୁବନେଶ୍ୱରର ବିଭିନ୍ନ ମନ୍ଦିର ଗାତ୍ରରେ ଥିବା କଳା ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଚିତ୍ରକଳା ଉପରେ ସ୍ୱତନ୍ତ୍ର ଅଧ୍ୟୟନ ଓ ଗବେଷଣା ଏବଂ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର, ଶ୍ରୀ କ୍ଷେତ୍ର ପୁରୀ, ଜଗନ୍ନାଥ ମନ୍ଦିରର ସଂସ୍କୃତି ଓ ଐତିହ୍ୟର ସବିଶେଷ ଅଧ୍ୟୟନ ଓ ଗବେଷଣା ପାଇଁ ଗତ ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ଐତିହାସିକ ଅଧ୍ୟୟନ ଓ ଗବେଷଣା ପାଇଁ ଯାଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଷଡ଼ଙ୍ଗୀ, ମୋହନ ପଟେଲ, ରଶ୍ମିରଂଜନ ପ୍ରଧାନ ସହିତ ଛାତ୍ରୀ ମାନଙ୍କ ମଧ୍ୟରେ କମଳିନୀ ସାହୁ, କମଳିନୀ ଛତ୍ରିଆ, ମମତା ମାଝୀ, ଶୀତଳ ଛତ୍ରିଆ, ଅନ୍ନପୂର୍ଣ୍ଣା ଗୌଡ଼, ପୁଷ୍ପାଞ୍ଜଳି ମାଝୀ, କ୍ଷିତିସୁତା ନାଏକ, ବୈଜୟନ୍ତି ମାଲା ସୁନା, ବନିତା ରାଉତ, ରେଣୁକା ମାଝୀ, ବବଲୀ କରୁଆଁ, ମୋତିପ୍ରଭା ନାଏକ, ପ୍ରୀତି ବାରିକ, କୋମଳ ହରପାଳ ଗବେଷଣା ଓ ଅଧ୍ୟୟନରେ ସାମିଲ ହୋଇଖୁସି ବ୍ୟକ୍ତ କରିଥିଲେ । ଏବଂ ସେମାନେ ମତବ୍ୟକ୍ତ କରିଥିଲେ ଯେ, ଉଚ୍ଚ ଶିକ୍ଷା ପାଇଁ ସେମାନଙ୍କର ଏହା ଯଥେଷ୍ଟ ସହାୟକ ହେବ । ଏହି ଉପରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହିତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ଭୁବନେଶ୍ୱର ବିଜେପି ସଭାପତି ବିକ୍ରମ ମିଶ୍ର ଏହା ଉପରେ ସହାୟତା କରିଥିଲେ । ଏବଂ ଶେଷରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଛାତ୍ରୀ ମାନଙ୍କ ସହିତ ଭାବ ବିନିମୟ ପରେ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

babaa
Leave A Reply

Your email address will not be published.