ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଅନ୍ତର୍ଗତ ଭାଲେର ଗ୍ରାମରେ ପଶ୍ଚିମ ଓଡିଶା ଢୈଷ୍ଣବ ସମାଜର ଏକ ସମ୍ମିଳନୀ ଭାଗିରଥି ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର ଆଦି ଜିଲ୍ଲାର ୨୦୦ରୁ ଅଧିକ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ପ୍ରତିନିଧି ଯୋଗ ଦେଇଥିଲେ । ବୈଠକର ସଂଯୋଜକ ଭାବେ ମଞ୍ଚ ପରିଚାଳନା କରିଥିଲେ ଆଦର୍ଶ ଶିକ୍ଷକ ତଥା ବଲାଙ୍ଗିର ଜିଲ୍ଲାର ଯୁବ ସଂଗଠକ ଯୋଗୀନ୍ଦ୍ର ଦାଶ ଓ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଅଯତ୍ନ କୁମାର ଦାଶ । ବୈଠକରେ ଉପସ୍ଥିତ କାର୍ଯ୍ୟକର୍ତ୍ତାଗଣ ବୈଷ୍ଣବ ସମାଜର ସୁଦୃଢୀକରଣ ପାଇଁ ବିଭିନ୍ନ ମତାମତ ପ୍ରଦାନ କରିଥିଲେ । ଶୃଙ୍ଖଳିତ ଓ ସୁସଂଗଠିତ ବିନା ସମାଜର ଉନ୍ନତି ଅସମ୍ଭବ ବୋଲି ମତ ପ୍ରକାଶ କରିଥିଲେ । ନିକଟ ଭବିଷ୍ୟତରେ ନୂଆପଡା ଜିଲ୍ଲାର ଖରିଆରଠାରେ ପଶ୍ଚିମ ଓଡିଶା ବୈଷ୍ଣବ ସମାଜର ଏକ ମହାସଭା କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଶେଷରେ ଆବାହକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
Next Post