କଣ୍ଟାବାଞ୍ଜି, (କେପିଏନ୍ଏସ୍) : ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ରର ମାସିକ ବୈଠକ ବାଞ୍ଜିପାଲି ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ କେନ୍ଦ୍ରର ଏଗାରଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ପ୍ରତ୍ୟେକ ବିଦ୍ୟାଳୟର ଜଣେ ଲେଖାଏଁ ଏଫ୍ଏଲ୍ଏନ୍ ଗ୍ରେଡ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଏହି ବୈଠକରେ ତୁରେକେଲା ବ୍ଲକ ନୋଡାଲ ଅଧିକାରୀ ଜ୍ଞାନେନ୍ଦ୍ର ମଲ୍ଲିକ, ବିଆର୍ସିସି ଫକୀର ଚରଣ ବିଶି ଯୋଗଦେଇ ନିପୁଣ ଓଡିଶା, ପରଖ, ଜାତୀୟ ଉପଲବ୍ଧି ପରୀକ୍ଷଣ, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ଆଲୋଚନା କରିଥିଲେ । ଉପସ୍ଥିତ ସମସ୍ତେ ମିଳିତ ଭାବେ ତୁରେକେଲା ବ୍ଲକକୁ ଶିକ୍ଷା କ୍ଷେତ୍ରରେ ଆଗକୁ ନେବାପାଇଁ ଦୃଢ ପରିକର ହୋଇଥିଲେ । ଏହି ବୈଠକରେ ଶିକ୍ଷୟିତ୍ରୀ ଡାଳିମ୍ବ ମେହେର, ସୁଭଦ୍ରା ମେହେର, ରଜନୀ ମେହେର, ନିବେଦିତା ବାରିକ, ଶିକ୍ଷକ ଦେବ ବଗର୍ତ୍ତୀ, ସୁରୁମଣି ମେହେର, ବିମଳ ଧରୁଆ, ପୀତାମ୍ବର ଲୁହା, ରାଜୀବ ଦାସ, ଗୋପାଳ ଧରୁଆ, ପ୍ରଦୀପ ମେହେର ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।
Prev Post