oom

କୁଲତା ସମାଜ ବାର୍ଷିକ ଶାରଦୀୟ ପୂଜନୋତ୍ସବ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ହର୍ଡାଟାଲ ଚଣ୍ଡୀ ମନ୍ଦିର ଠାରେ ଜିଲ୍ଲା କୁଲତା ସମାଜର ବାର୍ଷିକ ଶାରଦୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମାଜର ଅଧିଷ୍ଠାତ୍ରୀ ଦେବୀ ମା’ ରଣେଶ୍ୱର ରାମଚଣ୍ଡୀଙ୍କ ପୂଜନୋତ୍ସବ ପରେ ସମାଜର ଜିଲ୍ଲା ସଭାପତି ବେଲାର ସିଂ ଭୋଇଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଜବାହରଲାଲ କଲେଜ ପାଟଣାଗଡ଼ର ଅଧ୍ୟାପିକା ଗାୟତ୍ରୀ ବିଶ୍ୱାଳ, ଜିଲ୍ଲା ଉପସଭାପତି ବେଲାର ସାହୁ, ସମ୍ପାଦକ ମଧୁସୂଦନ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ । ଭକ୍ତବନ୍ଧୁ ବିଶ୍ଵାଳ ଓ ରଘୁନାଥ ସାହୁ ମିଳିତ ଭାବେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସମାଜର ପାରମ୍ପରିକ ରୀତିନୀତିକୁ ବଜାୟ ରଖି ସାମାଜିକ କାର୍ଯ୍ୟକ୍ରମକୁ ଆହୁରି ରୁଦ୍ଧିମନ୍ତ କରିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା । ଏହି ଅବସରରେ ଡାକ୍ତରୀ ଛାତ୍ରୀ ଇତିଶ୍ରୀ ପଧାନଙ୍କୁ ସମ୍ୱର୍ଦ୍ଧିତ କରାଯିବା ସହିତ ଚଳିତ ମାଟ୍ରିକ୍‌ ଓ ଯୁକ୍ତ ୨ ପରୀକ୍ଷାରେ ୮୫ ତଥା ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ସମାଜର ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୁଲତା ସମାଜର ସମସ୍ତ ଆଞ୍ଚଳିକ ସଭାପତି ଓ ସମ୍ପାଦକ ସମେତ କର୍ମକର୍ତ୍ତା ଯୋଗ ଦେଇଥିଲେ । ପରିଶେଷରେ କ୍ଷମାନିଧି ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.