‘ମୁହୁରି’ ପତ୍ରିକା ପ୍ରକାଶନ ପାଇଁ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲି ଭାଷାର ଏକ ଅନନ୍ୟ ପତ୍ରିକା ‘ମୁହୁରି’ ପ୍ରକାଶନ ପାଇଁ କୋଶଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦ, ବଲାଙ୍ଗିରର ଏକ ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଡ. ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପରିଚାଳନା ସମ୍ପାଦକ ମଧୁସୂଦନ ଦାଶଙ୍କ ସହ ଆନନ୍ଦ ଚନ୍ଦ୍ର ସାହୁ, ରଘୁନାଥ ବାବୁ, ଶରତ କୁମାର ହୋତା, ସୁଶାନ୍ତ ବାଗ, ଲାଲଚନ ବଗର୍ତ୍ତୀ, ଶ୍ରୀମତୀ ସବିତା ମହରା, ସୁଜିତ କୁମାର ଶତପଥି, ପୁସ୍ତମ ଯୁଆଡ଼ି, ଶ୍ରୀପାଲ ପଣ୍ଡା, ଅଭିଜିତ ଫରିକାର ଏବଂ ଜ୍ୟୋତି ପ୍ରକାଶ ଗୁରୁ ଯୋଗ ଦେଇଥିଲେ । ପତ୍ରିକା କଲେବର ଠୁ ଆରମ୍ଭ କରି ଲେଖା ଚୟନ ପଦ୍ଧତି ଏବଂ ପତ୍ରିକା ପ୍ରକାଶନର ନିରନ୍ତରତା ଉପରେ ଆଲୋଚନା ହୋଇଥିଲା । କୋଶଲି ଭାଷାର ଅସ୍ମିତାକୁ ଆଖି ଆଗରେ ରଖି ପ୍ରକାଶିତ ହେବାକୁ ସ୍ଥିର ହୋଇଥିବା ଏହି ପତ୍ରିକା ଭାଷାର ଉନ୍ନତିରେ ତଥା ପ୍ରଚାର ପ୍ରସାରରେ ବ୍ରତୀ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.