କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କର୍କଟ ସଚେତନତା ଅଭିଯାନ ଅଧ୍ୟକ୍ଷା ଶ୍ରୀମତୀ କଲ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । କର୍କଟ ରୋଗ ସଚେତନତାର ଗୁରୁତ୍ଵ ବିଷୟରେ ଅଧ୍ୟକ୍ଷାଙ୍କ ଉଦ୍‌ବୋଧନ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ଉମ୍ମିଦେ’ ବରଗଡ଼ର ଜିଲ୍ଲା ସଂଯୋଜକ ଶେଖ ମହମ୍ମଦ ଗଜନବୀ ଯୋଗଦେଇ କର୍କଟର ଭୟାବହତା ଓ ନଅଟି ମୁଖ୍ୟ ଲକ୍ଷଣ ଉପରେ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରି ମହାବିଦ୍ୟାଳୟର କର୍ମଚାରୀ ଓ ଛାତ୍ରୀ ମାନଙ୍କୁ ଅନେକ ବିଷୟରେ ଅବଗତ କରାଇଥିଲେ । ଯୁବ ରେଡ୍‌କ୍ରସ୍‌ କାଉନ୍‌ସିଲର ସୁଶ୍ରୀ ସଂଗୀତା ଗୌନ୍ତିଆ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଅକ୍ଟୋବର ମାସକୁ ସ୍ତନ କର୍କଟ ସଚେତନତା ମାସ ଏବଂ ଏହାର ସଙ୍କେତ ଭାବରେ ‘ପିଂକ ଅକ୍ଟୋବର’ର ତାତ୍ପର୍ଯ୍ୟ ବିଷୟରେ କହିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଯୁବ ରେଡ୍‌କ୍ରସ୍‌ କାଉନ୍‌ସିଲର ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.