ବଲାଙ୍ଗିର ଜିଲ୍ଲା ପୌରପାଳିକା ସ୍ୱାସ୍ଥ୍ୟ-କର୍ମୀଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ୨୦୨୪ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ ଥିବା କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପୌରପାଳିକାରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନଙ୍କ ସବିଶେଷ ସ୍ୱାସ୍ଥ୍ୟ ନିରୀକ୍ଷଣ, ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କ ବିଭିନ୍ନ ରୋଗ ଓ ସମ୍ଭାବ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯଥା ଉଚ୍ଚନିମ୍ନ ରକ୍ତଚାପ, ମଧୁମେହ, ଜ୍ୱରକାଶ, ମେଲେରିଆ, ଯକ୍ଷ୍ମା ଇତ୍ୟାଦିକୁ ତର୍ଜମା କରାଯାଇ ଉପଯୁକ୍ତ ସ୍ୱାସ୍ଥ୍ୟ ଓ ନିରନ୍ତର ସ୍ୱାସ୍ଥ୍ୟ ଯତ୍ନ ପାଇଁ ପରାମର୍ଶ ଦିଆଯାଇଥିଲା । ଉପରୋକ୍ତ ସ୍ୱାସ୍ଥ୍ୟ ଶିବିରରେ ସର୍ବମୋଟ ୨୨୨ରୁ ଉର୍ଦ୍ଧ୍ଵ ସଫେଇ କର୍ମଚାରୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବାବେଳେ ପ୍ରାୟେ ୭୦ ଜଣ ନିଜ ରକ୍ତ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଇଥିଲେ । ସ୍ୱାସ୍ଥ୍ୟ ଶିବିରରେ ବଲାଙ୍ଗିର ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ପକ୍ଷରୁ ଜିଲ୍ଲା ଉପସ୍ୱାସ୍ଥ୍ୟ ଅଧିକାରୀ ଡା. ଦିବ୍ୟ କିଶୋର ପତି. ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ଯୋଗଦାନ କରିଥିବା ବେଳେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଶାସ୍ତ୍ରୀ ନଗର ମେଡିକାଲ ଅଫିସର ଡା. ସତ୍ୟନାରାୟଣ ସାହୁ, ୟିପିଏଚ୍‌ସି କାନ୍ଧ ପାଲି ମେଡିକାଲ ଅଫିସର ଡା. ଏନ୍‌. କେ. ପାଢ଼ୀ, ରାମାନୁଜ ପଣ୍ଡା, (ଏନ୍‌.ଏଚ୍‌. ଏମ୍‌) ଏ. ପି..ଏମ୍‌ ସ୍ୱାସ୍ଥ୍ୟ ଚିକିତ୍ସା ପରିଚାଳନା କରାଇଥିଲେ । ସତ୍ୟରଞ୍ଜନ ମିଶ୍ର, ରବିରଞ୍ଜନ ପୂଜାରୀ ନିର୍ଦ୍ଧେଶକ ଓ ଚେୟାରମ୍ୟାନ୍‌ ନେସନାଲ୍‌ ପିସ ଊନୀସନ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଦେବେସ ରାଉତ (ସ୍ୱାସ୍ଥ୍ୟ ନିରୀକ୍ଷକ ଏନ୍‌ଏଚ୍‌ଏମ୍‌)ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରିଥିବାବେଳେ, ଉଭୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସଭ୍ୟସଭ୍ୟାଙ୍କ ସକ୍ରିୟ ଅଂଶ ଗ୍ରହଣରେ ପୌରପରିଷଦ ସଫେଇ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ଶିବିର ସୁଚାରୁରୂପେ ସମ୍ପର୍ଣ୍ଣ ହୋଇଥିଲା । ଉପରୋକ୍ତ ସ୍ୱାସ୍ଥ୍ୟ ଶିବିର ପୌରପାଳିକା ଅଧ୍ୟାକ୍ଷା ଶ୍ରୀମତୀ ଲିକା ସାହୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସ୍ୱାସ୍ଥ୍ୟକେନ୍ଦ୍ର ଓ ଜାତୀୟ ସ୍ୱାସ୍ଥ୍ୟଙ୍କ ପ୍ରତକ୍ଷ ଚିକିତ୍ସା ପରିଚାଳନା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.