ରିଜିଓନାଲ୍ ଲେଭେଲ୍ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨ ଦିନ ଧରି ଏକ ରିଜିଓନାଲ୍ ଲେଭେଲ୍ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଗୋଲ ଟେବୁଲ୍ ବୈଠକଟି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଶିଶୁ ମଙ୍ଗଳ କମିଟି ଓ ୱା. ସି. ଡି. ଏ.ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାରୁ ଯଥା, ସମ୍ବଲପୁର, ବରଗଡ, ସୋନପୁର, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ, ସଦସ୍ୟ ଓ ସଦସ୍ୟା, ଶିଶୁ ଗୃହ ଅନୁଷ୍ଠାନର କର୍ମକର୍ତ୍ତା ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର କର୍ମକର୍ତ୍ତା ମାନଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମଟି ପରିଚାଳନା କରାଯାଇଥିଲା । ସେହି କାର୍ଯ୍ୟକ୍ରମରେ ୭୦ ଜଣରୁ ଅଧିକ ଅଂଶ ଗ୍ରହଣକାରି ଯୋଗଦେଇ ବଲାଙ୍ଗିର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ୱା. ସି. ଡ଼ି. ଏ. ଦ୍ଵାରା ଚାଲୁଥିବା ଫୋଷ୍ଟର କେଆର୍ କାର୍ଯ୍ୟକ୍ରମକୁ ବିଭିନ୍ନ ଅଂଶଗ୍ରହଣକାରିମାନେ ପରିଦର୍ଶନ କରି ଅନେକ ଜିନିଷ ଶିଖିବାକୁ ପାଇଥିଲେ । ଏହି କାର୍ଯ୍ୟକ୍ରମଟି ଅଲଗା ଜିଲ୍ଲା ମାନଙ୍କ ପାଇଁ ଏକ ଅଭିନବ କାର୍ଯ୍ୟକ୍ରମ ଥିଲା । ଯଦିଓ ଏହା ପ୍ରତ୍ୟେକ ଜିଲ୍ଲା ମାନଙ୍କ ପାଇଁ କରିବା ଜରୁରୀ ଯଥା କିଶୋର ନ୍ୟାୟ ଆଇନ ଅଧୀନରେ କରିବା ଆବଶ୍ୟକ କିନ୍ତୁ ଏହା କିଛି ଅଳ୍ପ ଜିଲ୍ଲାରେ ଅନୁଷ୍ଠିତ ହେଉଛି, ସେଥି ମଧ୍ୟରୁ ବଲାଙ୍ଗିର ଜିଲ୍ଲା ଅନ୍ୟତମ, କାରଣ ଉକ୍ତ ଜିଲ୍ଲାରେ ୧୭ ଜଣରୁ ଅଧିକ ଶିଶୁ ମାନଙ୍କୁ ଫୋଷ୍ଟର୍ କେଆର କାର୍ଯ୍ୟକ୍ରମରେ ସାମିଲ୍ କରାଯାଇଛି । ଏହି କାର୍ଯ୍ୟକ୍ରମର ଉଜ୍ଜାପନି ଦିବସ ୨୭ ତାରିଖରେ ଜିଲ୍ଲାପାଳଙ୍କ ଅଫିସ ସ୍ଥିତ ସଭାଗୃହରେ ଏ. ଡି. ଏମ୍‌. ଡ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ସମ୍ପାଦିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଫୋଷ୍ଟର କେଆର ଗାଇଡ୍ ଲାଇନ୍‌କୁ ଆଇ. ଏ. ସି. ଏନ୍.ର ପ୍ରତିନିଧି ଡ. କବିତା ମଙ୍ଗନାନୀ ଉପସ୍ଥାପନା କରିଥିଲେ ଓ ସମସ୍ତ ଅଂଶଗ୍ରହଣ କାରି ମାନଙ୍କୁ ଫୋଷ୍ଟେର କେଆର ନେଟୱାର୍କରେ ସାମିଲ୍ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୱା. ସି. ଡି. ଏ.ର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ସମ୍ପାଦକ ରାଜେନ୍ଦ୍ର ମେହେର ଫୋଷ୍ଟାର କେଆର କାର୍ଯ୍ୟ କ୍ରମର ବିଭିନ୍ନ ଦିଗ ଗୁଡ଼ିକୁ ଆଲକପାତ କରିଥିଲେ । ଏଥିସହିତ ଫୋଷ୍ଟର କେଆର୍ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବାର ଅଭିଜ୍ଞତାକୁ ଅଂଶଗ୍ରହଣକାରୀମାନଙ୍କୁ ଜଣାଇ ଥିଲେ ଓ ସେମାନଙ୍କ ମନ ଭିତରେ ଉପୁଜୁଥିବା ସନ୍ଦେହ ତଥା ଜିଜ୍ଞାସାକୁ ଦୂର କରିଥିଲେ । ପରିଶେଷରେ ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତାମାନେ ନିଜ ଜିଲ୍ଲା ପାଇଁ ଫୋଷ୍ଟର୍ କେଆର୍ କାର୍ଯ୍ୟକ୍ରମ କରିବା ନିମିତ୍ତ ବିଭିନ୍ନ ଯୋଜନା ତିଆରି କରିଥିଲେ, ସେହି ଯୋଜନା ଗୁଡ଼ିକୁ ତ୍ଵରାନିତ କରିବା ପାଇଁ ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ ୱା. ସି. ଡ଼ି. ଏ. ମିଳିତ ସୋହଯୋଗର ହାତ ବଢେଇଥିଲେ । ଏଡିଏମ୍‌ ଫୋଷ୍ଟର କେଆର୍ କରୁଥିବା ପିତାମାତା ମାନଙ୍କୁ ପୁରସ୍କୃତ କରିଥିଲେ ଏଥିସହିତ ଅଧିକରୁ ଅଧିକ ଫୋଷ୍ଟର କେଆର୍ କାର୍ଯ୍ୟକ୍ରମ କରିବା ପାଇଁ ଉତ୍ସାହିତ କରିଥିଲେ ଯାହା ଦ୍ଵାରା ଶିଶୁମାନେ ଆନୁଷ୍ଠାନିକ ଶିଶୁ ଗୃହ ବ୍ୟତୀତ ଏକ ବିକଳ୍ପ ପରିବାରରେ ରହିବାର ସୁଯୋଗ ପାଇବା ସହିତ ସେମାନଙ୍କର ଉପଯୁକ୍ତ ବିକାଶ ହୋଇ ପାରିବ । ୨୬ ତାରିଖ ସନ୍ଧ୍ୟାରେ ଜାତୀୟ ପରିବାର ଦିବସରେ ୧୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଏଥିରେ ପରିବାର କାହିଁକି ଆବଶ୍ୟକ ତାହା ଉପରେ ବିସ୍ତ୍ରୁତ ଆଲୋଚନା ହୋଇଥିଲା । ଯାହାର ନିଷ୍କର୍ଷ ହୋଇଥିଲ କି ଆମେ ସମସ୍ତେ ଶିଶୁ ମନକୁ ବିକଳ୍ପ ପରିବାର ଯୋଗାଇ ଦେଲେ ଶିଶୁର ଉପଯୁକ୍ତ ବିକାଶ ହେବ ଓ ସେମାନଙ୍କ ଶୈଶବ ଜୀବନ ଏକ ପରିବାରରେ ବିତିବ । ଉକ୍ତ କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଲକ୍ଷ୍ମ ସିଂ ୨ ଦିନ ଧରି କାର୍ଯ୍ୟକ୍ରମ ସଭାପତିତ୍ଵ କରିଥିଲେ ଏବଂ ସୁଭ୍ରତ୍ତା ଜେନା, ଆନନ୍ଦିନୀ ରଥ ଓ ଅରୁଣ ପ୍ରଧାନ କାର୍ଯ୍ୟକ୍ରମକୁ ସଂପାଦନ କରିବାରେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.