ମୁରିବାହାଲ ବ୍ଲକ ସିରୋଲ, ଗାଁରେଇ ଓ ମୁରିବାହାଲ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ସିରୋଲ, ଗାଁରେଇ ଓ ମୁରିବାହାଲ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସିରୋଲ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ତେନ୍ତୁଳିଖୁଣ୍ଟି ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୁପେ ସିରୋଲ ଉନ୍ନୀତ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ରଣା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ତେନ୍ତୁଳୀଖୁଣ୍ଟି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ କୁମ୍ଭାର, ଶିକ୍ଷକ ରମଣୀ ସାହାଣୀ, ନରସିଂହ ସାହୁ ଉପସ୍ଥିତ ଥିଲେ । ଏହି ଉତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ୧୫ ଗୋଟି ବିଦ୍ୟାଳୟର ପ୍ରତିଯୋଗୀ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରି ପ୍ରତିଯୋଗିତାରେ ଭାଗ ନେଇଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ଅନେକ ଗାଇଡ଼ ଶିକ୍ଷକମାନେ ଯୋଗ ଦେଇ ସହଯୋଗ କରିଥିଲେ । ସେହିପରି ଗାଁରେଇ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ସିଆର୍‌ସିସି ସତ୍ୟନାରାୟଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଏବିଇଓ କାନ୍ତାରାମ ଧରୁଆ ମୁଖ୍ୟ ଅତିଥି, ସ୍ଥାନୀୟ ସ୍କୁଲ ପ୍ରଧାନଶିକ୍ଷକ ମିତ୍ରଭାନୁ ମେହେର, ମାଳପଡା ସ୍କୁଲ ପ୍ରଧାନଶିକ୍ଷକ ରାଜେନ୍ଦ୍ର ପାତ୍ର, ଫଟାମୁଣ୍ଡା ସ୍କୁଲ ପ୍ରଧାନଶିକ୍ଷକ ଚତୁର ବାଗ ଓ କଟାଡୁଙ୍ଗୁରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ବୈଶାଖୁ ଶିକା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏଥିରେ କ୍ଲଷ୍ଟର ଅନ୍ତର୍ଗତ ୧୪ଟି ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଯୋଗଦେଇଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ମୁରିବାହାଲ କ୍ଲଷ୍ଟର ଅନ୍ତର୍ଗତ ଲଖନା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ସଦର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହୃଷିକେଶ ଶିକାଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଲାସ ଚନ୍ଦ୍ର ଭୋଇ, ସମ୍ମାନିତ ଅତିଥି ରୂପେ ଲଖନା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନୃପରାଜ ମାଝୀ, ଶିକ୍ଷକ ଚରଣ ଦଳେଇ, ନରେନ୍ଦ୍ର କୁମାର ଶତପଥୀ, କେଶବନ୍ତ ବେହେରା, ଶିକ୍ଷୟିତ୍ରୀ କୁନ୍ତଳା ଜୁଗ୍ନିଆ, ବାସନ୍ତି ଦୀପ, ନିରୁପମା ସୁନା ପ୍ରମୁଖ ଯୋଗଦେଇ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ, ଚିତ୍ରାଙ୍କନ, ବିତର୍କ, ପ୍ରବନ୍ଧଲିଖନ, କୁଇଜ୍, ଚିତ୍ରକଳା, ଶିଳ୍ପକଳା ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରେ କୃତୀ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.